ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ – ରୋଗୀ କଲ୍ଯାଣ ରୋଗୀ କଲ୍ଯାଣ ସମିତି ବୈଠକ

0

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ରୋଗୀ କଲ୍ଯାଣ ସମିତି ର ଗଭର୍ଣ୍ତଙ୍ଗ ବଡି ବୈଠକ ଚିକିତ୍ସାଳୟ ପରିସର ମଧ୍ୟରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି  । ପ୍ରାରମ୍ଭରେ ଉପଖଣ୍ତ ଚିକିତ୍ସାଧିକାରୀ ଶ୍ରୀ ତହସିଲ ସାହୁ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ବାଗତ ଜଣାଇବା ସହିତ ଚିକିତ୍ସାଳୟ ସୁବିଧା ଅସୁବିଧା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ  । ଚିକିତ୍ସାଳୟର ଉନ୍ନତି ପାଇଁ ଆଗତ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା  । ଚିକିତ୍ସାଳୟର ସୁପରିଚାଳନା ପାଇଁ ବିଭିନ୍ନ ପ୍ରସ୍ତାବ ଗୁଡିକ ମଧ୍ୟରେ ଡ୍ରେନେଜ୍ ସିଷ୍ଟମ ର ଉନ୍ନତି କରଣ, ଡାକ୍ତରଖାନା ପୁରୁଣା ଗୃହର ମରାମତି, ରୋଗୀ ତଥା ସେମାନଙ୍କର ସଂପର୍କୀୟ ମାନଙ୍କ ପାଇଁ ପାଇଖାନା ନିର୍ମାଣ, ଏମସିଏଚ ବିଲଡିଙ୍ଗର ଲିଷ୍ଟ ମରାମତି, ପିଇବା ପାଣି ବ୍ଯବସ୍ଥା, ବୈଦ୍ଯୁତିକ ମରାମତି, ଚିକିତ୍ସା ପାଇଁ ଆନୁସଙ୍ଗିକ ଯନ୍ତ୍ରପାତି କ୍ରୟ,ଆମ୍ବୁଲେସ ମରାମତି ତଥା ଅନ୍ୟାନ୍ୟ ଜିନିଷ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଥିଲା  । ବିଧାୟକ ରୋଗୀ ସେବାଙ୍କୁ ପ୍ରାଧାନ୍ୟ ଦେବା ସହିତ ବ୍ଯବହାର ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । ସଭା ଶେଷରେ ଚିକିତ୍ସାଳୟ ମ୍ଯାନେଜର ଦିବ୍ଯ କୁମାର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.