ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ୱେବୀନାର

0

ମାଲକାନଗିରି( ବି ଶ୍ରୀନିବାସ ପାତ୍ର) :  ବିଶ୍ୱ ରେଡ଼କ୍ରସ ତରଫରୁ ପ୍ରତି ବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସମସ୍ତ ଲୋକଙ୍କ ନିକଟରେ ପ୍ରାଥମିକ ଚିକିତ୍ସାଜ୍ଞାନକୁ ପହଞ୍ଚାଇବା ତଥା ଏହାର ମହତ୍ୱ ବୁଝିବାର ପ୍ରୟାସ କରାଯାଇଥିଆଏ। ମାଲକାନଗିରି ଜିଲ୍ଲା ଯୁବ ରେଡ଼କ୍ରସ ଶାଖା ଉପରୋକ୍ତ ଲକ୍ଷ୍ୟ କୁ ଆଗେଇନେବା ଦୃଷ୍ଟିରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କ ରୋନା ଭୁତାଣୁ ଦ୍ୱାରା ବ୍ରଭାବିତ ଜନଜୀବନ ପରସ୍ପର ଠାରୁ ଦୂରତା ରକ୍ଷାକରିବା ଭାବନା ନେଇ ତଥା ସମ୍ମିଳିତ ଭାବର କୌଣସି ଆୟୋଜନ ରେ ରହିଥିବା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମଟି ଏକ ୱେବିନାର ମାଧ୍ୟମରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀ, ପରାମର୍ଶ ଦାତାଙ୍କ ସମେତ ସମୁଦାୟ ୮୮ ଜଣ ଇଣ୍ଟରନେଟ ମାଧ୍ୟମରେ ସମ୍ମିଳିତ ହୋଇଥିଲେ। ଯୁବ ରେଡ଼କ୍ରସର ପରାମର୍ଶ ଦାତା ମାନଙ୍କ ମଧ୍ୟରେ ପ୍ରେମଚାନ୍ଦ ପଟନାୟକ ବାଲିମେଳା,ଅଜୟ କୁମାର ପାତ୍ର ଗୋବିନ୍ଦପାଲି, ଅମୂଲ୍ୟ ରତ୍ନ ପଡିଆ, ପ୍ରଫୁଲ କୁମାର ବିଶ୍ୱାଳ କାଲିମେଳା, ଜନ କୋରା କୁଡୁମୁଲୁ ଗୁମ୍ମା, ତଥା ସଯ ସ୍ତରୀୟ ପ୍ରଶିକ୍ଷକ ଏବଂ ଏମଭି 79 ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଲୋକ କୁମାର ନନ୍ଦ ଏହି ୱେବିନାରରେ ସଭାପତିତ୍ୱ କରି ଓଡ଼ିଶା ରାଜ୍ୟ ଶାଖା ର ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ଅଜୟ କୁମାର ତ୍ରିପାଠୀ ନିଜ ଅଭିଭାଷଣ ରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ସମ୍ୱନ୍ଧରେ ମାଲକାନଗିରି ଜିଲ୍ଲା ଯୁବ ରେଡ଼କ୍ରସ ଶାଖା ଗ୍ରହଣ କରିଥିବା ପଦକ୍ଷେପ କୁ ପ୍ରଶଂସା କରିଥିଲେ।ଏବଂ ଆଗକୁ ଆହୁରି କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ।ଏହି ସଭାରେ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଯୁବ ରେଡ଼କ୍ରସର ଓଡିଶା ରାଜ୍ୟ ଶାଖାର ସଂଯୋଜକ ଗୋପାଳକୃଷ୍ଣ ମିଶ୍ର ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିଥିଲେ। ଜାତୀୟ ପ୍ରଶିକ୍ଷକ ଗୁଲସନ କୁମାର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କ ରୋନା ସଂକ୍ରମଣ ସମୟରେ ପ୍ରାଥମିକ ଚିକିତ୍ସା ପ୍ରଦାନ ପଦ୍ଧତିରେ ପରିବର୍ତ୍ତନ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ମାଲକାନଗିରି ଯୁବ ରେଡ଼କ୍ରସ ର ଆବାହକ ତଥା ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଅତିଥି ମାନଙ୍କୁ ସ୍ୱାଗତ କରିବା ପରିଚୟ ପ୍ରଦାନ କରିବା ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟତମ ଜାତୀୟ ପ୍ରଶିକ୍ଷକ ତଥା ମାଲକାନଗିରି ଜିଲ୍ଲା ଯୁବ ରେଡ଼କ୍ରସର ସଂଯୋଜକ ଡ଼ଃ ଆଶିଷ କୁମାର ରାଠୋର ଏହି ଦିବସ ପାଳନ ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିବା ସହ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.