ବାରିପଦା ପୌରପରିଷଦର ସମସ୍ତ ପ୍ରବେଶ ପଥରେ ସିସି ଟିଭ କ୍ୟାମେରା ଲଗାଇବା ନିମନ୍ତେ ଦାବି

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ରାମ ରାଜ୍ୟ କହିଲେ ବାରିପଦା ସହରକୁ ବୁଝାଉ ଥିଲା । ଅତୀତରେ ଦିନ କି ରାତି ବାରିପଦା ସହରର ଝିଅ ବୋହୂମାନେ ନିରାପଦରେ ବାହାରେ ଘୁରିବୁଲି ଘରକୁ ଫେରି ଆସୁଥିଲେ । କିନ୍ତୁ ବର୍ତ୍ତମାନ ବାରିପଦା ସହର ତାର ଅତୀତର ଗୌରବକୁ ହରାଇ ବସିଛି । ଶାନ୍ତ ସରଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ସହରବାସୀଙ୍କ ଧନଜୀବନ ଅସୁରକ୍ଷିତ ହୋଇପଡ଼ିଛି । ଚୋରା ମାଦକଦ୍ରବ୍ୟ କାରବାର, ହତ୍ୟା, ଚୋରୀ, ଡ଼କାୟତି, ଦୁଷ୍କର୍ମ, ଛିନ୍ନତାଇ, ଲୁଟପାଟ, ହଣାକଟାକଟି, ରାହାଜାନୀ ଆଦି ନୀତିଦିନିଆ ଘଟଣାରେ ପରିଣତ ହେବାକୁ ବସିଛି । କେତେକ କ୍ଷେତ୍ରରେ ପୁଲିସ ଅପରାଧୀଙ୍କୁ ଧରିବାରେ ସଫଳ ହେଉଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଅପରାଧୀଙ୍କ ଟେର ପାଇ ପାରୁ ନାହିଁ । ତେଣୁ ଅପରାଧୀଙ୍କୁ ଧରିବା ସହ ତଦନ୍ତ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ  କରାଇବା ପାଇଁ ସହରର ବିଭିନ୍ନ ପ୍ରବେଶ ପଥ ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସିସି ଟିଭି କ୍ୟାମେରା ଖଞ୍ଜା ଯିବ ଯିବ ବୋଲି କେବଳ ଶୁଣିବାକୁ ମିଳୁଥିବା ବେଳେ କାର୍ଯ୍ୟରେ ପରିଣତ ହୋଇପାରୁ ନାହିଁ । ଫଳରେ ବାରିପଦା ସହରର ବରିଷ୍ଠ  ନାଗରିକ ତଥା ସମାଜସେବୀ ରାମଚନ୍ଦ୍ର ଦାଶ ସହରରେ ସିସି ଟିଭି କ୍ୟାମେରା ଖଞ୍ଜା ଯିବାର ଦାବି ନେଇ ଆଗେଇ ଆସିଛନ୍ତି ଏବଂ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ସମସ୍ତଙ୍କ ନିକଟରେ ନିଜର ଦାବି ଜଣାଇବା ପରେ ଜିଲ୍ଲାପାଳଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଷ ଦେଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ବରିଷ୍ଠ  ନାଗରିକ ସମାଜସେବୀ ଶ୍ରୀଦାଶ ଅଭିଯୋଗ କରିଛନ୍ତି । ଏଥି ସହିତ ଶ୍ରୀଦାଶ ଗୃହ ବିଭାଗରୁ ଏକ ଚିଠି ଆଣି ପ୍ରଶାସନକୁ ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସିସି ଟିଭ ଲଗାଇବା ବାବଦରେ କେତେ ଟଙଙ୍କା ଖର୍ଚ୍ଚ ହେବ ସେ ସମ୍ପର୍କରେ ମଧ୍ୟ ଅଦ୍ୟାବଧି କୌଣସି ସୂଚନା ପ୍ରଦାନ କଲେ ନାହିଁ । ଯାହାକୁ ନେଇ ବରିଷ୍ଠ  ନାଗରିକ ତଥା ସମାଜସେବୀ ଶ୍ରୀଦାଶ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ସହରବାସୀଙ୍କ ବୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ସିସି ଟିଭି ଲଗାଯିବା ନିମନ୍ତେ ଦାବି କରିଛନ୍ତି । 

 

Leave A Reply

Your email address will not be published.