“କରୋନା ଭାଇରସ ଆଉ ନାହିଁ, ଶେଷ ହୋଇଗଲାଣି” 

0 1

ବିଶାଳ ରାଲିରେ ଘୋଷଣା କଲେ ପଶ୍ଚିମବଙ୍ଗ  ବିଜେପି ସଭାପତି ଦିଲୀପ ଘୋଷ 

କୋଲକାତା :  “କରୋନା ଖତମ ହେଇସାରିଲାଣି | କରୋନା ଆଉ  ନାହିଁ |” ସମଗ୍ର ଦେଶରେ ଏବେ ଦିନକୁ ପାଖାପାଖି ଲକ୍ଷେ ଆକ୍ରାନ୍ତ ଚିହ୍ନଟ ହେଉଥିବା ତଥା ୧୧୦୦ରୁ ଅଧିକ ଲୋକ ମାରୁଥିବା ବେଳେ ଏଭଳି ସମ୍ବେଦନଶୀଳ ଓ  ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତ ପଶ୍ଚିମ ବଙ୍ଗ ବିଜେପି ସଭାପତି  ଦିଲୀପ ଘୋଷ |  ପ୍ରଧାନମନ୍ତ୍ରୀ କରୋନା ପ୍ରଟୋକଲ ପାଳନ କରିବା ସହ, ସାମାଜିକ ଦୂରତା ରକ୍ଷା କରିବା ସର୍ବୋପରି ମାସ୍କ ପରିଧାନ କରିବା ଉପରେ ଗୁରୁତ୍ତ୍ଵ ଦେଉଥିବା ବେଳେ  2021 ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାରେ ଏକ ରାଲିରେ ଉଦ୍ବୋଧନ ଦେଇ ” କରୋନାଭାଇରସ୍ ମହାମାରୀ ସମାପ୍ତ ହୋଇଛି” ବୋଲି ପଶ୍ଚିମଵଂଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଦେଇଥିବା ମନ୍ତବ୍ୟକୁନେଇ ଏବେ ଚର୍ଚା ଜୋର ଧରିଛି | 

ଆଉ ଏତେବଡ ରାଲିରେ ତାଙ୍କ କଥା ଶୁଣିବା ପାଇଁ ଏକତ୍ରିତ ହୋଇଥିବା ଭିଡ଼ରେ ଲୋକ ବି ଉତ୍ସାହିତ ହୋଇଯାଇଥିଲେ |  ଦିଲୀପ ଘୋଷ କହିଥିଲେ ” ଦିଦିଙ୍କ [ସିଏମ୍ ମମତା ବାନାର୍ଜୀ] ଭାଇମାନେ ଏଠାରେ ଭିଡ଼ ଦେଖି ଅସୁସ୍ଥ ଅନୁଭବ କରୁଛନ୍ତି |  କରୋନାଭାଇରସ୍ ଭୟ ନୁହେଁ ବରଂ ବିଜେପିର ଭୟ ଯୋଗୁଁ ! କରୋନା ସମାପ୍ତ ହୋଇଛି! ଦିଦି ଅନାବଶ୍ୟକ ଭାବେ ଲକଡାଉନ ସଟ ଡାଉନ କରୁଛନ୍ତି | ଯାହାଦ୍ୱାରା ବିଜେପି କୌଣସି ବୈଠକ ବା ସମାବେଶ କରିପାରିବ ନାହିଁ। “

ଜନତା ତାଙ୍କ କଥା ଶୁଣି  ଉତ୍ସାହିତ ଥିବାବେଳେ ବିଜେପି ସାଂସଦ କହିଛନ୍ତି ଯେ ବନ୍ଧୁମାନେ, ଆମେ ଯେଉଁଠାକୁ ଯାଉଛୁ ସେଠାରେ ଅଟୋମେଟିକାଲି ଏକ ରାଲିରେ ପରିଣତ ହୁଏ। ଯେଉଁ ଜିଲ୍ଲାରେ ଶ୍ରୀ ଘୋଷ ତାଙ୍କ ଜନ ସମାବେଶକୁ ସମ୍ବୋଧିତ କରୁଥିଲେ, ତାହା ହେଉଛି ପଶ୍ଚିମବଙ୍ଗର ପଞ୍ଚମ ସର୍ବାଧିକ କରୋନା ଚିହ୍ନଟ ହୋଇଥିବା ଜିଲ୍ଲା | ଏହି ସମାବେଶରେ ବହୁ ସଂଖ୍ୟାରେ ରାଜନୈତିକ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ସାମାଜିକ ଦୂରତା ଚୁଲିକି ଯାଇଥିଲା | ଏଯାବତ ପଶ୍ଚିମ ବଙ୍ଗରେ ୩,୭୩୦ ଲୋକ ପ୍ରାଣ ହରାଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ ଛୁଇଁବା ପାଖାପାଖି | 

 

 

Leave A Reply

Your email address will not be published.