ବାରିପଦା(Dillip Mohanty)- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବା ପକ୍ରେିଛି ଦିନ ହେବ ସକ୍ରିୟ ହୋଇ ଉଠିଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିଦେ୍ର୍ଧଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ତହସିଲ କାର୍ଯ୍ୟାଳୟରୁ ଦକ୍ଷ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଲଘୁ ଝଣିଜ ସମ୍ପଦ ଚୋରା ଚାଲାଣକାରୀମାନଙ୍କ ଉପରେ ପ୍ରଶାସନିକ ଛାଟ ଆରମ୍ଭ ହୋଇଛି । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ସମୟରେ ଚଢ଼ାଉ ଆରମ୍ଭ କରାଯାଇ ଟ୍ରାକ୍ଟର, ଟ୍ରକ ଓ ଡମ୍ପର ଆଦିକୁ ଜବତ କରାଯାଉଛି । ଏହି ସମୟରେ ଶାମାଖୁଣ୍ଟା ବ୍ଲକସ୍ଥିତ ବେଆଇନ କ୍ରସର ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀସାହୁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ କ୍ରସର କର୍ତ୍ତୃପକ୍ଷଙ୍କୁ କ୍ରସର ଚଳାଇବା ନିମନ୍ତେ ସରକାରୀ ଲାଇସେନ୍ସ ଦେଖାଇବାକୁ କହିଥିଲେ । ମାତ୍ର ଦେଖାଇ ନ ପାରିବାରୁ ସେଠାରେ ଥିବା ୨ଟି ଗାଡ଼ି ସହ ବଚ୍ଛିତ ଥିବା ଲଘୁ ଖଣିଜ ସମ୍ପଦବୁଡ଼ିକୁ ଜବତ କରିବା ସଂଗେସଂଗେ ୩ ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଥିଲା । ଏଥି ସହିତ ଜବତ ଗାଡ଼ିଗୁଡ଼ିକଠାରୁ ୨୦ ହଜାରରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ବେଳେ କ୍ରସରର ମାଲିକ ସର୍ବେଶ୍ୱର ଖଣ୍ଡା ବୋଲି ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.
Prev Post