କୋଲାବିରା ତହସିଲଦାରଙ୍କ ବିରୋଧରେ ସଂଗୀନ ଅଭିଯୋଗ

0 2

ଜାଲ ପ୍ରମାଣପତ୍ର ଓ କମ୍ପାନୀମାନଙ୍କୁ ଅନୈତିକ ଲାଭ ଦେଉଥିବା ଅଭିଯୋଗ ଆଣିଛି ଝାରସୁଗୁଡ଼ା ୟୁଥ ଏଗେନଷ୍ଟ କରପ୍ସନ।

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ୟୁଥ ଏଗେନଷ୍ଟ କୋଲାବିରା ତହସିଲଦାର ଗୋଲୋକ ବିହାରୀ ମଙ୍ଗରାଜଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି ଝାରସୁଗୁଡ଼ା ୟୁଥ ଏଗେନଷ୍ଟ କରପ୍ସନ।ବାଲି ମାଫିଆଙ୍କ ସୌଜନ୍ୟରୁ ବିଦେଶ ଭ୍ରମଣ କରିବା ସହ ଜାଲ ପ୍ରମାଣପତ୍ର ଦେଇ ସର୍ଭିସ ବୁକ ଟେମ୍ପରିଂ କରିଛନ୍ତି ତହସିଲଦାର ବୋଲି ଅଭିଯୋଗ ଆଣିଛି ସଂଗଠନ। 

ଅଭିଯୋଗ ଅନୁଯାୟୀ, ଶ୍ରୀ ମଙ୍ଗରାଜ ବାଲି ମାଫିଆଙ୍କ କୃପାରୁ ୨୦୧୮ ମସିହାରେ ବିଦେଶ ଗସ୍ତ କରିଥିଲେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ଝାରସୁଗୁଡ଼ା ତହସିଲର ପୁରୁଣା କୋଠାଘରେ ରହୁଥିଲେ ସୁଦ୍ଧା ଜାଲ ବିଲ୍ ଦାଖଲ କରି ସେ ଘରଭଡ଼ା ମଧ୍ୟ ନେଉଥିବା ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ସରକାରୀ ପଦବୀରେ ଥାଇ କେତେକ ଶାସକ ଓ ବିରୋଧୀ ଦଳର ନେତାମାନଙ୍କ ସହ ସୁସଂପର୍କ ରକ୍ଷା କରି ଆସୁଛନ୍ତି ତହସିଲଦାର ଶ୍ରୀ ମଙ୍ଗରାଜ ବୋଲି ସଂଗଠନ ଅଭିଯୋଗ କରିଛନ୍ତି। ଏହି ନେତାମାନଙ୍କ ସଲାସୁତୁରାରେ ସେ ବିଭିନ୍ନ ବେନିୟମ କାର୍ଯ୍ୟ ଯଥା ଖଣିଜ ସଂପଦର ଲୁଟ୍, ବେଆଇନ୍ ଆସ୍ ଡମ୍ପିଂକୁ ତଥା ବେନିୟମ ଜମି ପଟ୍ଟା ପ୍ରଦାନ ଭଳି କାର୍ଯ୍ୟରେ ଲିପ୍ତ ରହିଛନ୍ତି ବୋଲି ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କର ଅଭିଯୋଗ ଅଛି। କମିଟିର ସଭ୍ୟ ରବି କୁମାର ସୋନି, ଜୀବନ ସାର୍ଥକ, ମାନସ ରଞ୍ଜନ ପଣ୍ଡା, ସାହେବ ମାଝି, ମୁକେଶ କୁମାର ଠାକୁର, ରାକେଶ ସିଂହ,କୁମାର ସାନୁ ପାଣ୍ଡେ,ପ୍ରବୀଣ କୁମାର ପୃଷ୍ଟି ପ୍ରମୁଖ ଏହିପରି ଦୁର୍ନୀତିଖୋର ଅଫିସରଙ୍କୁ ତୁରନ୍ତ ବଦଳି କରିବାକୁ ଅନୁରୋଧ କରି  ରାଜସ୍ୱ ବିଭାଗର ମୁଖ୍ୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁଏକ ପତ୍ର ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ୟୁଥ ଏଗେନଷ୍ଟ କରପ୍ସନ ଏହା ପୂର୍ବରୁ ୨୦୧୯ ରେ ଦିଲ୍ଲୀସ୍ଥିତ ନେସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ତହସିଲଦାରଙ୍କ ବିପକ୍ଷରେ ଏକ ପତ୍ର ମାଧ୍ୟମରେ ଅଭିଯୋଗ ଆଣିଥିଲେ ଯେ ତହସିଲଦାର ଇବ ନଦୀକୂଳରୁ ବାଲୁକା ଖନନ ପାଇଁ ପୂର୍ବରୁ ଖିଲାପୀ ରୂପେ ପରିଗଣିତ ହୋଇଥିବା ଲୋକଙ୍କୁ ୨୦୨୦-୨୧ ବର୍ଷ ପାଇଁ ବାଲୁକା ଖନନ ପାଇଁ ପୁଣି ଲିଜ ଦେଇଥିଲେ।

Leave A Reply

Your email address will not be published.