ଆପ୍ ଗଜପତି ତରଫରୁ ଅକ୍ସିଜେନ ଯାଞ୍ଚ୍ କାର୍ଯ୍ୟକ୍ରମ ଆରମ୍ଭ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଓଁ ଶାନ୍ତି କଲୋନୀ ଠାରେ ସୋମବାର ଦିନ ସନ୍ଧ୍ୟାରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆପ୍ ଗଜପତି ତରଫରୁ ଜିଲ୍ଲାରେ ଅକ୍ସିଜେନ ଯାଞ୍ଚ୍ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । 

ମୁଖ୍ୟତଃ ଏହି ବୈଠକରେ ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜ୍ରିୱାଲଙ୍କ ଆହ୍ବାନ କ୍ରମେ ଏବଂ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ  ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଅକ୍ସିମିଟର ସାହାଯ୍ୟରେ ଲୋକଙ୍କ ଅକ୍ସିଜେନ ବା ଅମ୍ଳଜାନ ସ୍ତର ଯାଞ୍ଚ୍ କରାଯିବା ନେଇ ଆଲୋଚନା ହୋଇଥିଲା । ପ୍ରାୟତଃ କରୋନା ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ନଥାଇ ମଧ୍ୟ  ଅକ୍ସିଜେନ ସ୍ତର କମିଯାଏ ଯାହାଫଳରେ ନିଃଶ୍ବାସ ନେବରେ କଷ୍ଟ ହୋଇଥାଏ । ଏହି କରୋନା ଲଢେଇ ରେ ଆପ୍ ସଦସ୍ୟମାନେ ସାମିଲ ହୋଇ ଅକ୍ସିଜେନ ଯାଞ୍ଚ୍ କରିବେ ଯେଉଁ ଲୋକଙ୍କର ଅକ୍ସିଜେନ ୯୫% ବା ୯୦% ରୁ କମ୍ ରୁହେ ସେମାନଙ୍କୁ ଯଥାଶୀଘ୍ର ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେବେ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ର ସାହାଯ୍ୟ ନିଆଯିବ । ଏହି ପ୍ରସ୍ତୁତି ବୈଠକରେ ଲିଙ୍ଗରାଜ ପାଣିଗ୍ରାହୀ, କିଶୋର ଚନ୍ଦ୍ର ଗୁରୁ, ଲୋକନାଥ ଭୁକ୍ତା,ଲୋଗସ ଦାସ ବର୍ଦ୍ଧନ, ତ୍ରିନାଥ ଅଧିକାରୀ, ଅମରେଶ ଶତପଥୀ, ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଦଳୀୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ମଙ୍ଗଳବାର ଦିନ ଅପରାହ୍ନ  ସମୟରେ ଆପ୍ ଗଜପତି ତରଫରୁ ଅକ୍ସିଜେନ ଯାଞ୍ଚ୍ କାର୍ଯ୍ୟକ୍ରମ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ  ପାରଳାଖେମୁଣ୍ଡି ପୌରାଞ୍ଚଳର ୧- ନଂ ଓ୍ବାର୍ଡ ସ୍ଥିତ ଓଁ ଶାନ୍ତି କଲୋନୀ ଅଞ୍ଚଳ ଓ କୋର୍ଟ ଛକ ନିକଟରେ ପାଖା ପାଖି ୧୦୦ ଜଣ ଲୋକଙ୍କ ଅକ୍ସିଜେନ ଯାଞ୍ଚ୍ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଏକଜୁଟ ହେଇ କରୋନା ମୁକାବିଲା କରିବା ସହିତ ସମସ୍ତଙ୍କୁ ଏହି କରୋନା ବିରୁଦ୍ଧ ଲଢେଇରେ ସାମିଲ୍ ହେବ

Leave A Reply

Your email address will not be published.