କୋଭିଡ୍ ହସ୍ପିଟାଲ ଏବଂ ଅନ୍ବେଷା କୋଭିଡ୍ କେୟାର୍ ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

0

ଜିଲ୍ଲାରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍: ଜିଲ୍ଲାପାଳ

ସାମାଜିକ ଦୂରତା ନିୟମ ପାଳନ କଡ଼ାକଡ଼ି

ବାରିପଦା,(Dillip Mohanty): – ଜିଲ୍ଲାରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ତଥାପି ଆମକୁ ଆହୁରି ଅଧିକ ସତର୍କ ହେବାକୁ ପଡ଼ିବ। ଅନାବ୍ୟଶକ ଭାବେ ବାହାରେ ବୁଲିବା ବନ୍ଦ କରିବା ସହିତ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ କଡ଼ାକଡ଼ି ପାଳନ କରିବା ଆବଶ୍ୟକ। କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଆଶା ଦିଦିଙ୍କୁ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ପରାମର୍ଶ ଦେଇଛନ୍ତି। ଆଜି ଜିଲ୍ଲାପାଳ ବାଙ୍କିଶୋଳସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲ ଏବଂ ଲକ୍ଷ୍ମୀପୋଷିସ୍ଥିତ ଅନ୍ବେଷା କୋଭିଡ୍ କେୟାର ସେଣ୍ଟର୍ ପରିଦର୍ଶନ କରି ସ୍ବାସ୍ଥ୍ୟସେବା ସହିତ ବିଭିନ୍ନ ପ୍ରସଙ୍ଗକୁ ଅନୁଧ୍ୟାନ କରିଥିଲେ। ଏହି ଦୁଇ କେନ୍ଦ୍ରରେ ଭର୍ତ୍ତି ହେଉଥିବା ରୋଗୀମାନେ ସଠିକ୍ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ସେସମ୍ପର୍କରେ ସଂପୃକ୍ତ ଅଧିକାରୀ ଏବଂ ଅନ୍ତେବାସୀଙ୍କଠାରୁ ପଚାରି ବୁଝିଥିଲେ ଜିଲ୍ଲାପାଳ। ସମସ୍ତ ବ୍ୟବସ୍ଥାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଅନୁପାଳନ କରାଯିବାନେଇ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସୂଚନା ଦେଇଛନ୍ତି। ଆଜିର ପରିଦର୍ଶନ ସମୟରେ ଏଡିଏମ, ସିଡିଏମଓ, ବାରିପଦା ଉପଜିଲ୍ଲାପାଳ ପ୍ରମୁଖଙ୍କ ସମେତ ଏହି ଦୁଇ ଅନୁଷ୍ଠାନ ଦାୟିତ୍ବରେ ଥିବା ଅଧିକାରୀ, ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.