ଶପଥ ନେଲେ ଦୁଇ ସୂଚନା କମିଶନର ବିକ୍ରମ ସେନାପତି ଏବଂ ଦିଲ୍ଲୀପ ବିଷୋୟୀ

0

ଭୁବନେଶ୍ୱର (ଶାସକ ପ୍ରଶାସକ ) :  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଶ୍ରୀ ବିକ୍ରମ ସେନାପତି ଏବଂ ଶ୍ରୀ ଦିଲ୍ଲୀପ କୁମାର ବିଷୋୟୀଙ୍କୁ ରାଜ୍ୟ ସୂଚନା କମିଶନର ଭାବରେ ଶପଥ ପାଠ କରାଇଛନ୍ତି। ରାଜଭବନର ଅଭିଷେକ ହଲରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନିଲ କୁମାର ମିଶ୍ର ତଥା ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସୂଚନା କମିଶନରଙ୍କ ନିଯୁକ୍ତି ସଂପର୍କିତ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ପାଠ କରିବା ପରେ ମାନ୍ୟବର ରାଜ୍ୟପାଳ ନୂତନ କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଥିଲୋ

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ସୁନୀଲ କୁମାର ମିଶ୍ର, ରାଜ୍ୟ ସୂଚନା କମିଶନର ଶ୍ରୀ ବାଳକୃଷ୍ଣ ମହାପାତ୍ର, ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟପାଳଙ୍କ ଅତିରିକ୍ତ ଶାସନ ସଚିବ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ଏବଂ ବ୍ୟକ୍ତିଗତ ସଚିବ ଶ୍ରୀ ହିମାଂଶୁ ନାରାୟଣ ପଟ୍ଟନାୟକ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଅନ୍ୟାନ୍ୟ ବିଶିଷ୍ଟ ଅତିଥି ବୃନ୍ଦ, ରାଜ୍ୟପାଳଙ୍କ ସଚିବାଳୟ ତଥା ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ

 

Leave A Reply

Your email address will not be published.