ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାଂସାରୀକ ଜୀବନରେ ଝଡ଼ ଉଠିଛି । ଏଥିରୁ ଫାଇଦା ଉଠାଇବା ନିମନ୍ତେ ଆଗେଇ ଆସିଛି ବିଜେପି । ବିଜେଡ଼ି ମା କୁ ସମ୍ମାନ ନାରା ଦେଉଥିବା ବେଳେ ସାଂସଦ ଅନୁଭବ ବିଜେଡ଼ିର ଜଣେ ନିର୍ବାଚିତ ଲୋକ ପ୍ରତିନିଧି ହୋଇ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି ମୟୂରଭଞ୍ଜ ମହିଳା ମୋର୍ଚ୍ଚା ସଭାପତି କୌଶଲ୍ୟା ନାୟକ । ଏଥି ସହିତ ଏହାର ପ୍ରତିବାଦରେ ଆଜି ରାତିରେ ମହିଳା ମୋର୍ଚ୍ଚା ସଭାନେତ୍ରୀ କୌଶଲ୍ୟା ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଟ୍ରାଫିକ ଛକରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାୟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଜାତା ଷଢ଼ଙ୍ଗୀ,ସ୍ୱର୍ଣ୍ଣଲତା ମହାନ୍ତି, ମମତା ଦଣ୍ଡପାଟ, ଗୀତା ମୁଖୀ, ଭାରତୀ କୁମାରୀ  ସିଂ,  ସାଗରୀକା ସିଂ ବାବୁ, ସଙ୍ଗୀତା ମହାକୁଡ଼, ଶାନ୍ତିଲତା ମହାନ୍ତ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ନଗର ସଭାପତି ନିରଞ୍ଜନ ଦାସ, ଯୁବ ମୋର୍ଚ୍ଚା ସଭାପତି କୁମାର ମଙ୍ଗଳମ୍, ମନୋଜ ବେହେରା, ଦେବବ୍ରତ ସାମଲ, ପ୍ରବୀଣ ପାତ୍ର, ଅନ୍ତର୍ଯ୍ୟାମୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । 

 

 

 

 

 

Leave A Reply

Your email address will not be published.