+୨ କଳାରେ ବାଜି ମାରିଲେ ଛାତ୍ରୀ, ମମତା ଜିଲ୍ଲା ଟପ୍ପର 

0

ଜିଲ୍ଲା ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ପାଲଟିଛି ଓଡ଼ଗାଁ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ରଘୁନାଥ ସମବାୟ ମହାବିଦ୍ୟାଲୟ କଳାରେ କଲେଜ ଟପ୍ପର ଛାତ୍ରୀ ମମତା ବେହେରା ୫୧୫ ନମ୍ବର ରଖି ଜିଲ୍ଲାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି କଲେଜର ସୀତା ଭୁଜୁବଳ ୫୦୧ ନମ୍ବର ରଖି ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜିଲ୍ଲାର କଳାରେ ୭୨.୩୫ ପ୍ରତିଶତ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬୭.୪୪ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଲୟ କଳାରେ ୮୦.୪ ପ୍ରତିଶତ ଏବଂ ଧନ୍ଧା ମୁଳକ ଶିକ୍ଷାରେ ୬୪ ପ୍ରତିଶତ ପାସହାର ରହିଥିବା ଜଣାଯାଇଛି ।  ଚଳିତ ବର୍ଷ ପରୀକ୍ଷା ଦେଇଥିବା ୨୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଭାବେ ୫୧ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୯୩ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ।  ସେହିପରି ଧନ୍ଦାମୂଳକ ଶିକ୍ଷାରେ ୩୯ଜଣ ପରିକ୍ଷାର୍ଥୀ ମଧ୍ୟରୁ ୨୫ଜଣ ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୩ଜଣ ଉତୀର୍ଣ୍ଣ ହେବା ସହିତ ଦ୍ୱିତୀୟ ଶ୍ରେଣୀରେ ୧୯ଜଣ ଏବଂ ତୃତୀୟ ଶ୍ରେଣୀରେ ୩ଜଣ ଉତିର୍ଣ୍ଣ ହୋଇଛନ୍ତି । ଜିଲ୍ଲାରେ ଟପ୍ପର ହୋଇଥିବା ଛାତ୍ରୀ ମମତା ବେହେରା ଓଡ଼ଗାଁ ବ୍ଲକ କୋରପୀଠା ଗ୍ରାମର ଭଗବାନ ସାହୁ ଏବଂ ଝୁନୁବାଳା ସାହୁଙ୍କ ଝିଅ ହଇଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଥିବା ସୀତା କୈବଲ୍ୟପୁର ନିକଟସ୍ଥ ମଦନମୋହନପୁର ଗ୍ରାମର କୁମର ଭୁଜୁବଳଙ୍କ ଝିଅ ବୋଲି ଜଣାଯାଇଛି । ତାଙ୍କର ସଫଳତାକୁ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱୀନ କୁମାର ନାୟକଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବୁଦ୍ଧିଜୀବୀ ପ୍ରଶଂସା କରିଥିବା ଜଣାଯାଇଛି । ୫୦୪ ନମ୍ବର ରଖି ପଠାଣୀ ସାମନ୍ତ ମହାବିଦ୍ୟାଳୟ ଖଣ୍ଡପଡ଼ାର ସୀମା ମହାପାତ୍ର ଜିଲ୍ଲାରେ ଦିତୀୟ ସ୍ଥାନରେ ରହିଛନ୍ତି । ସୂଚନା ଥାଉକି ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଲଗ୍ନା ଆଚାର୍ଯ୍ୟ ୫୭୨ ନମ୍ବର ରଖି ୨୦୧୭-୧୮ରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିକଟରେ ପ୍ରକାଶ ପାଇଥିବା ମାଟ୍ରିକ୍ ପରୀକ୍ଷାରେ ଏହି ବିଦ୍ୟାଳୟ ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ସର୍ବାଧିକ ୫୭୧ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଥିଲେ । ଏବଂ ଏହି ବିଦ୍ୟାଳୟର ଛାତ୍ରୀ ମେଘନା ପ୍ରିୟଦର୍ଶନୀ ୫୬୯ ନମ୍ବର ରଖି ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । 

 

Leave A Reply

Your email address will not be published.