ଉପରମୁହାଁ ଭୁତାଣୁ , ଟପିଲା ୪୨ ଲକ୍ଷ : କମିଛି ନମୁନା ପରୀକ୍ଷା 

0

୨୪ ଘଣ୍ଟା ଭିତରେ ସାରା ଦେଶରେ  ୯୦,୮୦୨, ମୃତ୍ୟୁ ବି ହଜାରେ ଉପରେ  

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୮୦୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୧୬  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୨,୦୪,୬୨୪ ହୋଇଥିବା ବେଳେ ଏ ଯାବତ ଦେଶରେ ୩୨,୫୦,୪୨୯  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୨ ,୫୪୨ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧,୬୪୨  ରେ ପହଂଚିଛି | 

ଏଯାବତ ଦେଶରେ ମୋଟ ୪,୯୫ ,୫୧,୫୦୭   କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୭,୨୦,୩୬୨ ଟି |

Leave A Reply

Your email address will not be published.