ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲା “ଓଡିଶା ମୋ ପରିବାର”

0

ଭୁବନେଶ୍ୱର (ଶାସକ ପ୍ରଶାସକ):ରାଜ୍ୟର ଜେଇଇ ଓ ଏନଇଇଟି ପରୀକ୍ଷା ଦେବାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ଯେପରି ଅସୁବିଧା ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତାୟତ ଓ ରହଣି ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଏହାକୁ ମିଶନ ମୋଡ଼ରେ ନେଇଛି ଓଡିଶା ମୋ ପରିବାର | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରୁ ଆସି ଭୁବନେଶ୍ଵରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଓଡ଼ିଶା ଜେଇଇ ମେନ୍ ପରୀକ୍ଷା ଦେଉଥିବା ସମସ୍ତ ପରିକ୍ଷାର୍ଥୀମାନଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସାମାଜିକ ଦୁରତ୍ଵ ନିୟମକୁ ଅନୁସରଣ କରି  ସାନିଟାଇଜର, ପାନୀୟ ଜଳ, ବିସ୍କୁଟ ବଣ୍ଟନ କରାଯିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ରାଜ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟ ସହ ସଂଯୋଜକ ରୁଦ୍ର ସାମନ୍ତରାୟ ,ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଲୋକେଶ କୁମାର, ବାଣୀ କଲ୍ୟାଣ ମହାନ୍ତି, ସୌମ୍ୟ ରଂଜନ ପ୍ରଧାନ ଓ ୪୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହି ପରୀକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Leave A Reply

Your email address will not be published.