ବରଗଡ :- ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରିବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛି ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋନୁ ବାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ ବ୍ୟକ୍ତି ଅଟନ୍ତି ଯିଏ କୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। ବନ୍ଦନା କୁ ମିଶେଇ ତାଙ୍କର ୪ ପୁଅଝିଅ ଅଛନ୍ତି. ବର୍ତ୍ତମାନ ତାଙ୍କର ଆର୍ଥିକ ଅବସ୍ଥା ଠିକ ନାହିଁ ଯାହାଦ୍ୱାରା ସେମାନେ ବନ୍ଦନାର ଚିକିତ୍ସା କରିବା ପାଇଁ ଅସମର୍ଥ । ବନ୍ଦନାର ଏହି ମାନସିକ ବିକୃତି ରୋଗ ଦେଖାଦେଲା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୦୧୮ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି ଯାହାର ନମ୍ବର ହେଉଛି OD0120820070070043 କିନ୍ତୁ ସେହି ଆଧାରରେ ତାଙ୍କୁ ଭିନ୍ନକ୍ଷମ ଭତ୍ତା ସହିତ ଅନ୍ୟାନ୍ୟ କୌଣସି ସହାୟତା ଆଜି ପର୍ଯନ୍ତ ମିଳିପାରିନାହିଁ । ଏନେଇ ପରିବାର ଲୋକେ ଅନେକ ଥର ପଞ୍ଚାୟତ ରେ ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ଫଳ ମିଳିନାହିଁ । ବନ୍ଦନାର ଉଚ୍ଚତର ଚିକିତ୍ସା କରାଗଲେ ହୁଏତ ତାଙ୍କ ରୋଗ ଭଲ ହୋଇଯାଇପାରିବ କିନ୍ତୁ ଏଥିପାଇଁ ଆର୍ଥିକ ରୂପେ ଅକ୍ଷମ ସୋନୁ ବାଗଙ୍କୁ ସରକାରୀ ସ୍ଥରରେ ଚିକିତ୍ସା ସହାୟତା ଯୋଗେଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।ଏହାଛଡା ବର୍ତ୍ତମାନ ବନ୍ଦନା ଙ୍କୁ ଶୀଘ୍ର ଭିନ୍ନକ୍ଷମ ଭତ୍ତା ପ୍ରଦାନ, ଅନ୍ତ୍ୟଦୟ ରାସନ କାର୍ଡ ଯୋଗେଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post