ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସ୍ଥିତ ବୁରୋମୁଣ୍ତା ଗ୍ରାମ ଠାରେ ଆଜି ଶନିବାର ଦିନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ତରଫରୁ ” ଦୀକ୍ଷାନ୍ତ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ସର୍ବ ପୁରାତନ କଳା ସଂପ୍ରଦାକୁ ” ଦୀକ୍ଷାନ୍ତ ” ମାଧ୍ୟମରେ ପ୍ରାରମ୍ଭ କରାଯାଇଛି । ଏହି ଅବସରରେ ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣବ ସାହୁ, ବୁରୋମୁଣ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜ ସାହୁ, ସମ୍ବଲପୁରୀ ଫୋକ୍ ଏକାଡେମୀ ର ସଂପାଦକ ରବି ରତନ ସାହୁ ସମେତ ସଂପ୍ରଦା କଳାକାର ମାନେ ଉପସ୍ଥିତ ଥିଲେ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ର ସଚିବ ଶ୍ରୀ ପ୍ରବୋଧ ରଥ କହନ୍ତି – ଲୁପ୍ତ ହୋଇ ଯାଉଥିବା ଲୋକ କଳାକୁ ପୁନରୁଦ୍ଧାର କରିବା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଚଳିତ ବର୍ଷ ପ୍ରଥମ କରି ଗୁରୁଶିଷ୍ୟ ପରମ୍ପରା ଆଧାରରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପାଞ୍ଚଗୋଟି ଲୋକ କଳା ସଂପ୍ରଦା,ବନାବାଡି,ରାବଣ ଛାୟା,ଘୋଡା ନାଚ,ଆସିବାସୀ ନୃତ୍ଯ ଆଦି ଗୁଡିକ ପ୍ରଚାର ପ୍ରସାର କରାଯିବା, ଉକ୍ତ ଲୋକ କଳାର ସର୍ବ ପୁରାତନ ଜଣେ ଗୁରୁ ଦଶ ଜଣ ଶିଷ୍ଯଙ୍କୁ ୬ ମାସ ପର୍ଯ୍ୟନ୍ତ ଶିକ୍ଷାଦାନ କରିବେ,ଯାହାର ଆନୁସଙ୍ଗିକ ଖର୍ଚ୍ଚ ଏକାଡେମୀ ବହନ କରିବ ବୋଲି ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ସଚିବ ଶ୍ରୀ ପ୍ରବୋଧ ରଥ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.