ଗଞ୍ଜାମ ଜିଲ୍ଲାପାଳଙ୍କ ଲୋକ ପ୍ରତିନିଧି ଓ ଅଧିକାରୀଙ୍କୁ କରୋନା ସମ୍ପର୍କରେ ପରାମର୍ଶ

0 1

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେପ୍ଟେମ୍ବର ୪ ତାରିଖ ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟ ରେ ବୁଗୁଡ଼ାରେ ପହଞ୍ଚି ବୁଗୁଡା ସହରର ନିକୁଞ୍ଜ ମୋହନ କ୍ଳବ ପରିଶରରେ ଆୟୋଜିତ ବୈଠକରେ ତ୍ରିସ୍ତରୀୟ ପାଞ୍ଚାୟତର ଲୋକ ପ୍ରତିନିଧି ବୃନ୍ଦ ଓ ଅଧିକାରୀ ବୃନ୍ଦଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରିବା ସହ ପରାମର୍ଶ ଦେଇଥିବା ଜଣାପଡିଛି।

ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଆସ୍ତେ ଆସ୍ତେ ହ୍ରାସ ପାଇବାରେ ଲାଗିଛି। ଆମେ ସମସ୍ତେ ସଜାଗ ରହିଲେ କରୋନାକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ଆୟତାଧିନ କରାଯାଇପାରିବ। ପଞ୍ଚସୂତ୍ର ଆଇନକୁ ବ୍ୟବସାୟୀ ମାନେ ଯେପରି ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ବୁଗୁଡା ସିଡିପିଓ ରଞ୍ଜିତା ତ୍ରିପାଠୀ ପ୍ରମୁଖ  ଯୋଗଦେଇଥଲେ।

Leave A Reply

Your email address will not be published.