ନବୀନ ପଟ୍ଟନାୟକଙ୍କୁ ମିଳିଲା “ହିରୋ ଟୁ ଆନିମଲସ” ସମ୍ମାନ  

0 1

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ମିଳିଛି “ହିରୋ ଟୁ ଆନିମଲସ” ସମ୍ମାନ | ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସ୍ବେଛାସେବୀ ସଂଗଠନ  ପିପୁଲ୍ ଫର ଏଥିକାଲ୍ ଟ୍ରିଟମେଣ୍ଟ  ଅଫ୍ ଆନିମଲସ୍ (ପେଟା) ଇଣ୍ଡିଆ ଲକ ଡାଉନ୍  ଓ ସଟ ଡାଉନ ସମୟରେ ପ୍ରାଣୀମାନଙ୍କ କଲ୍ୟାଣ ନିମନ୍ତେ ସହୃଦୟତା ପ୍ରଦର୍ଶନ କରିଥିବା ଯୋଗୁ ଏହି “ହିରୋ ଟୁ ଆନିମଲସ୍’ ସମ୍ମାନ ପ୍ରଦାନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ |  କୋଭିଡ୍ ଲକ ଡାଉନ ଓ ସଟ ଡାଉନ  ପରି କଷ୍ଟକର ସମୟରେ ରାଜ୍ୟରେ ବିଶେଷ କରି ସହରାଞ୍ଚଳଗୁଡ଼ିକରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ମାନବୀୟ ଉଦାରତାର ସହ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ  ଅର୍ଥ ସହାୟତା ପ୍ରଦାନ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ଏହି ସମ୍ମାନ |  କୋଭିଡ ଲକ ଡାଉନ୍  ଓ ସଟ ଡାଉନ  ସମୟରେ ପାଞ୍ଚଟି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଓଡିଶାର ସମସ୍ତ 48 ଟି ପୌରାଞ୍ଚଳରେ  ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ  ସିଏମ ରିଲିଫ୍ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା | 

ନବୀନ ବାବୁଙ୍କ ପୂର୍ବରୁ ” ହିରୋ ଟୁ ଆନିମଲ୍ସ”  ପୁରସ୍କାର ପାଇଥିବା ବିଶିଷ୍ଟ ବ୍ୟକ୍ତି ମାନେ ହେଲେ  ଶିଳ୍ପା ଶେଟ୍ଟୀ କୁନ୍ଦ୍ରା,  ଦିଲ୍ଲୀର ଖାଦ୍ୟ ଏବଂ ନାଗରିକ ଯୋଗାଣ, ପରିବେଶ ଏବଂ ଜଙ୍ଗଲ ମନ୍ତ୍ରୀ ଇମ୍ରାନ ହୁସେନ୍, ଜରିନ୍ ଖାନ୍, ସାଇରସ୍ ବ୍ରୋଚା, ରାନୀ ମୁଖାର୍ଜୀ, ଇମ୍ରାନ ଖାନ ଏବଂ ଅନ୍ୟମାନେ।

Leave A Reply

Your email address will not be published.