ନୀତି ଆୟୋଗଙ୍କ ଆସ୍ପିରେସନ ଜିଲ୍ଲା ତାଲିକାରେ ନବରଙ୍ଗପୁର ଓ କନ୍ଧମାଳ 

0

ଭୁବନେଶ୍ୱର( ଶାସକ ପ୍ରଶାସକ) ଓଡିଶାର ନବରଂଗପୁର ଏବଂ କନ୍ଧମାଳ ଜିଲ୍ଲା ନୀତି  ଆୟୋଗଙ୍କ  ୫ ସର୍ବାଧିକ ଉନ୍ନତ ଆସ୍ପିରେସନ୍ ଜିଲ୍ଲା ତାଲିକାରେ ସ୍ଥାନ ପାଇଛି | ନୀତି ଆୟୋଗ ତରଫରୁ  ଏ ବିଷୟ ଏକ  ଟୁଇଟରେ କୁହାଯାଇଛି  बूँद-बूँद मिलने से बनता एक दरिया है “.ଟ୍ୟାଗ ଲାଇନରେ . 

 ନୀତି ଆୟୋଗ ପକ୍ଷରୁ କୁହାଯାଇଛି , “ନିରନ୍ତର କୃଷି ଅଭ୍ୟାସକୁ ଅନୁସରଣ କରି କରି ଏବଂ ଜଳ ଉତ୍ସକୁ ଦକ୍ଷତାର ସହିତ ପରିଚାଳନା କରି,  ନୀତି ଆୟୋଗର ଡେଲଟା ରାଙ୍କିଙ୍ଗ୍ ଅନୁଯାୟୀ 5 ଟି ଉନ୍ନତ ତଥା ପ୍ରେରଣାଦାୟୀ ଜିଲ୍ଲା ତାଲିକାରେ ୫ ଜିଲ୍ଲା ସ୍ଥାନ ପାଇଛନ୍ତି  | ଓଡ଼ିଶାର ନବରଂଗପୁର ଏବଂ କନ୍ଧମାଳ ଜିଲ୍ଲା ବ୍ୟତୀତ ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଉଛି କୋରବା (ଛତିଶଗଡ), ୟାଦଗିର (କର୍ଣ୍ଣାଟକ) ଏବଂ ତେଲେଙ୍ଗାନାର ଆସିଫାବାଦ (ଆଦିଲାବାଦ) ଜିଲ୍ଲା | 

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ ନିରନ୍ତର କୃଷି ଅଭ୍ୟାସ ଏବଂ ଜଳ ସମ୍ପଦର ଦକ୍ଷତାର ସହିତ ପରିଚାଳନା ସହିତ ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ନୀତି ଆୟୋଗଙ୍କ ଡେଲଟା ରାଙ୍କିଙ୍ଗରେ ଶୀର୍ଷ ଜିଲ୍ଲା ତାଲିକାରେ ସ୍ଥାନିତ  ହୋଇଛନ୍ତି।  କୃଷି ଏବଂ କୃଷକ ସଶକ୍ତିକରଣର ବିକାଶ ହେଉଛି ସରକାରଙ୍କ ପ୍ରାଥମିକତା |”

Leave A Reply

Your email address will not be published.