ଜିଲ୍ଲାରୁ ଦ୍ଵିତୀୟ  ପର୍ଯାୟ ପାଇଁ ତିନୋଟି ବସରେ୧୫୦ ପରୀକ୍ଷାର୍ଥୀଙ୍କ ଗସ୍ତ ।

0

ମାଲକାନଗିରି(ବି ଶ୍ରୀନିବାସ ପାତ୍ର):  ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଆଜି IIT , NEET ଓ JEE ପରୀକ୍ଷାର୍ଥୀମାନଙ୍କୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ବସ ଯୋଗେ ପଠାଇବାର ବନ୍ଦବସ୍ତ କରାଯାଇଛି।  ଗତ ତା ୩୦/୦୮ ରିଖରେ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ଦେବାକୁ ଥିବା ୧୦ ଜଣ ପରୀକ୍ଷାର୍ଥୀ ଓ ୦୮ ଜଣ ଅଭିଭାବକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବସ ଯୋଗେ ମାଲକାନଗିରି ଠାରୁ ଭୁବନେଶ୍ୱର ଓ ବ୍ରହ୍ମପୁର ସମସ୍ତ ଖର୍ଚ୍ଚ ବହନ କରି ପଠାଯାଇଥିଲା। ଆଜି ପୁଣି ପ୍ରଶାସନ ସମସ୍ତ ଯିବା ଆସିବା ଓ ରହିବା ଖର୍ଚ୍ଚ ବହନ କରି ୧୫୦ ଜଣ ପରୀକ୍ଷର୍ଥୀ ଙ୍କୁ  ତିନୋଟି ବସ ଯୋଗେ ବ୍ରହ୍ମପୁର ଓ ଭୁବନେଶ୍ୱର ପରୀକ୍ଷା ସେଣ୍ଟରକୁ ପଠାଇଛନ୍ତି । ଏହି ବସ ଆଜି ମାଲକାନଗିରି ରାଜ୍ୟ ପରିବହନ କାର୍ଯ୍ୟାଳୟ ଠାରି ବାହାରିଥିଲା। ଏହି ବସକୁ ମାଲକାନଗିରି ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ  ମାନସ ମାଡକାମୀ ସବୁଜ ପତାକା ଦେଖାଇ ବସ ଛାଡିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରସେନ ପ୍ରଧାନ, ଏମଭିଆଇ  ଓ ଟ୍ରାଫିକ ଇନ୍ସପେକ୍ଟର ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରି ପଠାଇଥିବାରୁ ପରୀକ୍ଷର୍ଥୀ ଓ ପରିବାର ସଦସ୍ୟ ମାନଙ୍କସହ ଜିଲ୍ଲାର ବୁଦ୍ଧିଜୀବି ମହଲରେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି। ସମସ୍ତ ବସ କୁ ଭଲଭାବରେ ସାନିଟାଇଜ କରାଯାଇଥିଲା ଏବଂ ପରୀକ୍ଷାର୍ଥୀ ମାନଙ୍କୁ ମଧ୍ୟ ରାସ୍ତା ପାଇଁ ସାନିଟାଇଜର, ମାସ୍କ, ଶୁଖିଲା ଖାଦ୍ୟ ଓ ପାଣି ବୋତଲ ମଧ୍ୟ ଦିଆଯାଇଥିଲା।

 

 

Leave A Reply

Your email address will not be published.