ବନ୍ୟା କ୍ଷତିଗ୍ରସ୍ତ  ଉଣେଇଶ ଖଣ୍ଡ ମୌଜାକୁ ଅବହେଳାକୁ ପ୍ରତିବାଦ ଜଣାଇଲା ଜିଲ୍ଲା କଂଗ୍ରେସ। 

0 2

ଏନ ଏଚ୍ ୪୯ ବରଘାଟଠାରୁ ସୁଖାଗଡ଼ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ନିର୍ମାଣ ପାଇଁ ଦାବି। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ମହେନ୍ଦ୍ର ନାୟକଙ୍କ ନେତୃତ୍ବରେ ଝାରସୁଗୁଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ଅନ୍ତର୍ଗତ ଚିକିଲି, ଶରଧା,ମୁହୁଦି, ସୁଖାସୁଡ଼ା, ସେମଲିଆ ପ୍ରଭୃତି   ଗ୍ରାମକୁ ବୁଲି ଦେଖିଥିଲେ। ଆଜି ପର୍ଯ୍ୟନ୍ତ ଏହି ଗ୍ରାମ ସହିତ ଉଣେଇଶ ଖଣ୍ଡ ମୌଜା ଅଞ୍ଚଳ ପାଇଁ ଏକ ବନ୍ୟାରୁ ରକ୍ଷା କରିବା ନିମନ୍ତେ କୌଣସି ସ୍ଥାୟୀ ପ୍ରତିକାର କରି ନଥିବାରୁ ଲୋକେ ବର୍ଷ ବର୍ଷ ଧରି ଏହିପରି ଦୁର୍ଦ୍ଦଶାର ଶୀକାର ହେଉଛନ୍ତି ବୋଲି ଏମାନେ ଅଭିଯୋଗ କରିଛନ୍ତି। ଏହା ସହ ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ଗଣ୍ଡଘୋରା, ରେମଜା, ତେଲେନପାଲି କୁତାବଗା ଅଞ୍ଚଳ ମଧ୍ୟ ସମଦଶା ଭୋଗୁଛନ୍ତି। ମାତ୍ର ପ୍ରତ୍ୟେକ ଥର ବନ୍ୟା ସମୟରେ ସରକାର ଅସ୍ଥାୟୀ ଶିବିର କରି ନିଜ ଦାୟୀତ୍ୱ ସାରି ଦେଉଛନ୍ତି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି। 

ଝାରସୁଗୁଡ଼ା କଂଗ୍ରେସ ଦାବି କରିଅଛି ଯେ ଏନ ଏଚ ୪୯ ଇବ ନଦୀ ପୋଲ ବରଘାଟଠାରୁ ସୁଖାସୋଡ଼ା ପର୍ଯ୍ୟନ୍ତ ଦୀର୍ଘ ନଦୀବନ୍ଧ ସହ ଏକ ରାସ୍ତା ନିର୍ମାଣ କରାଯାଉ। ଏହା ଦ୍ଵାରା ବନ୍ୟା ନିୟନ୍ତ୍ରଣ ହେବା ସହ ଗମନାଗମନର ମଧ୍ୟ ସୁବିଧା ହେବ ବୋଲି ଜିଲ୍ଲା କଂଗ୍ରେସ ମତ ରଖିଛି। 

ଏହି ପରିଦର୍ଶନରେ ମହେନ୍ଦ୍ର ନାୟକଙ୍କ ସହ କତରବଗା ସରପଞ୍ଚ ରୋହିତ କୁମାର ଧରୁଆ, ଚୁଡ଼ାମଣି ଧରୁଆ, ରଜତ ମହାପାତ୍ର, ପ୍ରେମ କୁମାର ଖମାରୀ, ମନୋଜ ଭୋଇ, ଦେବବ୍ରତ  ବାରିକ, ଜନ୍ମେଜୟ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।

Leave A Reply

Your email address will not be published.