ସୁନ୍ଦରଗଡ଼ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କୁ ଭାବପୂର୍ଣ୍ଣ  ଶ୍ରଦ୍ଧାଞ୍ଜଳି 

0 1

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :-  ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ଶୋକସଭା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ  ଆଜି ସନ୍ଧ୍ୟାରେ  ଅନୁଷ୍ଠିତ ହୋଇଥିଲା  ।ଉକ୍ତ ସଭାରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ବେଣୁ ମାଧବ ତ୍ରିପାଠୀ  ଶ୍ରୀ ମୁଖାର୍ଜୀଙ୍କ ସୃତିଚାରଣ କରିଥିଲେ ତାହା ସହିତ ଦଳପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ କାଳୀପଦ ସାମଲ ଓ ପ୍ରଣବ ସିଂ  ଶ୍ରୀ ମୁଖାର୍ଜୀଙ୍କ ବିଷୟରେ ଅନେକ ଆଲୋକପାତ କରିଥିଲେ ଏବଂ ତାଙ୍କର ଦଳପ୍ରତି ରହିଥିବା ଅବଦାନ ପାଇଁ ଇତିହାସ ପୃଷ୍ଠାରେ ଅମର ହୋଇ  ରହିବ ବୋଲି କହିଛନ୍ତି  |  ଶେଷରେ ଅଜିତ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।ଏ ସଭାରେ ଟାଉନ୍ ସଭାପତି ନରେନ୍ଦ୍ର କୁମାର ସିଂ,ଅଶୋକ ପ୍ରସାଦ, ପର୍ଶୁରାମ ସରାଫ, ନେପାଳ ସାହୁ, ସତ୍ୟଜିତ ନାଏକ,ମନୋଜ ମହାରଣା,ଵାଵଲୁ ବେନିୱଲ, ସେବା ଦଳ ର ରାଜ୍ୟ ସମ୍ପାଦକ ମୁନୁ ସରାଫ,ସୁବ୍ରତ କୁମାର ପୁରୋହିତ, ବିଶ୍ଵଜିତ ପଟ୍ଟନାୟକ, ପ୍ରଦିପ କୁମାର ସିଂଓ ଅନେକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | 

Leave A Reply

Your email address will not be published.