ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହେବ ନୂଆ ଶିକ୍ଷା ନୀତି

0

ମୋଦି ସରକାରଙ୍କ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର  କରିବ ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷା ନୀତି-ଧର୍ମେନ୍ଦ୍ର ପ୍ରଧାନ

• ଛାତ୍ରଛାତ୍ରୀମାନଙ୍କ ସାମୂହିକ ଓ ବୌଦ୍ଧିକ କ୍ଷମତାକୁ ବିକଶିତ କରିବ

• ଭିନ୍ନକ୍ଷମ ଶ୍ରେଣୀଙ୍କୁ ସମାନ ସୁଯୋଗ ପ୍ରଦାନ କରିବ ନୂଆ ଶିକ୍ଷା ନୀତି

• ଦେଶର ଶିକ୍ଷା ବ୍ୟବସ୍ଥାର ଗ୍ୟାପକୁ ଦୂର କରିବା ସହ ଶିକ୍ଷାଗତ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବ 

ନୂଆଦିଲ୍ଲୀ/ଭୁବନେଶ୍ୱର  – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ୱତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ ଥିବା ଶିକ୍ଷାର ପାର୍ଥକ୍ୟକୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ଓଡ଼ିଶା ସମେତ ଦେଶର ଭିନ୍ନକ୍ଷମ ଶ୍ରେଣୀଙ୍କ

ପାଇଁ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବ ବୋଲି ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ମୋଦି ସରକାରଙ୍କ ନୂଆ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ମୋଦି ସରକାରଙ୍କର ଥିବା ଅଦମ୍ୟ ପ୍ରତିବଦ୍ଧତାକୁ ନୂଆ ଶିକ୍ଷା ନୀତି ସହାୟକ ହେବ  । ଆବଶ୍ୟକ ଏବଂ ବିଶ୍ଲେଷଣ ଆଧାରିତ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ନୂଆ ଚିନ୍ତାଧାରାକୁ ବିକଶିତ କରିବା ପାଇଁ ପ୍ରସ୍ତୁତ ହୋଇଥବା ନୂଆ ଶିକ୍ଷା ନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ । ୧୦ +୨ ଢ଼ାଞ୍ଚାରେ ପରିବର୍ତ୍ତନ କରି ଏହା ସ୍ଥାନରେ ୫+୩+୩+୪ ବ୍ୟବସ୍ଥାର ସଂଶୋଧନ କରାଯାଇଛି  । ବୈପ୍ଳବିକ ସଂସ୍କାର ଭାବେ ପରିଗଣିତ ନୂଆ ଶିକ୍ଷା ନୀତି ଛାତ୍ରଛାତ୍ରୀମାନଙ୍କ ସାମୂହିକ ବିକାଶକୁ ଗୁରୁତ୍ୱ ଦେବ ଓ ପିଲାଙ୍କର ବୌଦ୍ଧିକ କ୍ଷମତାକୁ ବିକଶିତ କରିବ  ।

ଛାତ୍ରଛାତ୍ରୀ ବର୍ତ୍ତମାନର ନାଗରିକ ଏବଂ ଦେଶର ବିକାଶ ସହ ଜଡ଼ିତ ନୀତିରେ ସେମାନଙ୍କର ମଧ୍ୟ ସମାନ ଭାଗୀଦାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱାସ କରନ୍ତି  । ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ଦେଶର ଶିକ୍ଷା ବ୍ୟବସ୍ଥାରେ ରହିଥିବା ଗ୍ୟାପକୁ  ଦୂର କରିବ ଏବଂ ଆମ ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବ  । ସମାବେଶୀ କାର୍ଯ୍ୟକ୍ରମ ମୋଦି ସରକାରଙ୍କ ମନ୍ତ୍ର ହୋଇଛି ଏବଂ ଭାରତ ସରକାରଙ୍କ ସମସ୍ତ ନୀତି ଢ଼ାଞ୍ଚା ଏହାର ଉଦାହରଣ  । ଶିକ୍ଷା ବାଧ୍ୟତାମୂଳକ ; ତେଣୁ ଏହାକୁ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ପହଞ୍ଚାଇବାକୁ ହେବ  । ନୂଆ ଜାତୀୟ ଶିକ୍ଷା ନୀତି ବିଶେଷ ଭାବରେ ଭାରତର ଗ୍ରାମାଞ୍ଚଳରେ ସମସ୍ତଙ୍କୁ ସମାନ ଭାବରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । 

Leave A Reply

Your email address will not be published.