ସ୍ତ୍ରୀ ସହ ଝଗଡା କରି ବିଷ ପିଇଲେ ସ୍ୱାମୀ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା  ରେଢାଖୋଲ ବ୍ଲକ୍   ବଡବାହାଳ ପଞ୍ଚାୟତର ଖଣ୍ଡହତା ଗ୍ରାମରେ ଜଣେ ଲୋକ ବିଷ ପିଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି I  ସୂଚନା ଯୋଗ୍ୟ ଯେ,ଖଣ୍ଡହତା ଗ୍ରାମର ପ୍ରହଲ୍ଲାଦ ମାଝୀ( ୫୨) ତାଙ୍କ ସ୍ତ୍ରୀଙ୍କ ସହ ରବିବାର ରାତିରେ ଝଗଡା ହୋଇଥିଲା । ସେ ଏମିତି ସବୁ ଦିନ  ନିଜର ସ୍ତ୍ରୀ ସହ ମଦ ପିଇ ଝଗଡା କରେ ।ଗତକାଲି ମଧ୍ୟ ମଦ ପିଇ ସ୍ତ୍ରୀ ସହ ଝଗଡା କରି ଶେଷରେ ଘରେ ଥିବା  କିଟନାଷକ ଔଷଧ ପିଇ ଦେଇଥିବା ରେଢାଖୋଲ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରକାଶ କରିଛନ୍ତି । ଆଜି ସକାଳେ  ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ  ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.