ପ୍ରକୃତ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ସ୍ବପ୍ନ, ଭଙ୍ଗା ଦଦରା ଘରେ ବିତୁଛି ୪ପରିବାରଙ୍କ ଜୀବନ

0

କୁଚିଣ୍ଡା -ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) :କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ତଥା ଅସହାୟ ପରିବାରଙ୍କୁ ସରକାର ଅନେକ ଯୋଜନା ଯୋଗାଇ ଦେଉଛନ୍ତି l ହେଲେ ଏହାର ବାସ୍ତବିକ  ଚିତ୍ର ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମର ଏହି ଚାରି ପରିବାରଙ୍କ ପାଇଁ ଆବାସ ଯୋଜନା ସାତସପନ ହୋଇପଡିଛି l

ଏହି ଗ୍ରାମର ଲଷ୍ମୀ ନାଏକ(୩୬), ସୁଷମା ବୁଡ଼ା(୪୨), କ୍ଷୀରୋଦ ବୁଡ଼ା(୪୭), ନିତ୍ୟାନନ୍ଦ ରାଉତ(୩୮) ଏହି ଗ୍ରାମରେ ବସବାସ କରନ୍ତି l ଅଭିଯୋଗ ମୁତାବକ, ଲଷ୍ମୀ ନାଏକ ଜଣେ ବିଧବା ମହିଳା ଅଟନ୍ତି, ସ୍ୱାମୀ ଙ୍କ ମୃତ୍ୟୁକୁ ୭ବର୍ଷ ବିତିଗଲାଣି ସ୍ୱାମୀ ଙ୍କ ମୃତ୍ୟୁ ପରେ ସେ ଅସହାୟ ଅବସ୍ଥାରେ ରହୁଛନ୍ତି l ତାଙ୍କର ପୁଅ(୧) ଓ ଝିଅ(୧) ଅଛନ୍ତି l ଘର ଭାଙ୍ଗିଯିବା ଫଳରେ ପଡ଼ୋଶୀଙ୍କ ଆଶ୍ରୟ ନେଇ ରହୁଛନ୍ତି l  ସୁଷମା ବୁଡ଼ା ଜଣେ ଅବିବାହିତ ମହିଳା ଅଟନ୍ତି l ତାଙ୍କର ବାପା ବଞ୍ଚିଥିବା ବେଳେ ଝାଟିମାଟି ଘର ଖଣ୍ଡିଏ ରହିବା ପାଇଁ ଦେଇଥିଲେ l ତାହା ମଧ୍ୟ ବର୍ଷାରେ ଭାଙ୍ଗି ଯିବାରୁ ବାସହରା ହୋଇ ଅନ୍ୟଙ୍କ ବାରଣ୍ଡାରେ ରହୁଛନ୍ତି l

କ୍ଷୀରୋଦ ବୁଡ଼ା ଏବଂ ନିତ୍ୟାନନ୍ଦ ରାଉତ ଜଣେ ଦିନ ମଜୁରୀଆ ଭାବେ କାମ କରି ଯେଉଁ ପଇସା ରୋଜଗାର କରନ୍ତି l ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟକର ହୋଇ ପଡୁଛି l ପାଖରେ ସମ୍ବଳ ନ ଥିବାରୁ ନିଜପାଇଁ ଭଲ ଘର ଖଣ୍ଡିଏ ବି କରିପାରୁନାହାନ୍ତି ବୋଲି ଏହି ଦୁଇ ପରିବାର ଦୁଃଖରେ କହିଛନ୍ତି l ଏହି ଦୁଇ ପରିବାର ବିପିଏଲ ତାଲିକା ଅନ୍ତର୍ଭୁକ୍ତ ମଧ୍ୟ ଅଟନ୍ତି l ରାସନ କାର୍ଡ଼ ରୁ ଯେଉଁ ଚାଉଳ ପାଉଛନ୍ତି , ପରିବାର କଷ୍ଟେ ମଷ୍ଟେ ଚଳିଯାଉଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି l କିଛି ବର୍ଷ ହେବ ଘରଟି ଭାଙ୍ଗିବାରେ ଲାଗିଛି l ସମ୍ବଳ ପାଖରେ ନଥିବାରୁ ଘରକୁ ବି ସଜାଡ଼ି ପାରୁନଥିବା ଦୁଇ ପରିବାର ଲୋକେ କରିଛନ୍ତି l ବର୍ଷା ହେଲେ ସ୍ଥିତି ଅସମ୍ଭାଳ ହୋଇପଡେ l ଏପରିକି ଘରର କାନ୍ଥ ମଧ୍ୟ କେଉଁ ମୁହୂର୍ତ୍ତରେ ପଡ଼ିଯିବାର ସହିତ ଜୀବନ ପ୍ରତି ବିପଦ ଅଛି l ବୋଲି ଗ୍ରାମବାସୀ କହିଛନ୍ତି, ଏହି ଚାରି ପରିବାର ପକ୍କାଘର ଟିଏ ପାଇଁ ବହୁ ବର୍ଷ ଧରି ସେମାନେ ପଞ୍ଚାୟତ ଅଫିସ ରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି, ଅନେକ ଥର ଦରଖାସ୍ତ ଆବେଦନ କରିଥିଲେ ମଧ୍ୟ  କେହି ତାଙ୍କ କଥା ଶୁଣୁନଥିବା କହିଛନ୍ତି l ଏହି ଚାରି ପରିବାରଙ୍କୁ ଉଚିତ ତଦନ୍ତ କରାଯାଇ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହେଉଛି l

Leave A Reply

Your email address will not be published.