ମହାନଦୀ ବନ୍ୟାପାଣିରେ ଜଳଶାୟୀ  ମାଁ ଘଣ୍ଟେଶ୍ବରୀ ମନ୍ଦିର  ,ଜଳମଗ୍ନ ନଦୀକୂଳିଆ ଜମି ।

0

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ହୀରାକୁଦ ଜଳଭଣ୍ଡାର ରୁ ୪୬ଟି ଗେଟ ଖୋଳାଯାଇ ଥିବାବେଳେ,ଏନଇ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏହି ବନ୍ୟାରେ ତଳିଆ ଅଞ୍ଚଳରେ ଥିବା ଚିପିଲିମା (ବଗବିରା)ସ୍ଥିତ ଘଣ୍ଟେଶ୍ବରୀ ମାଁଙ୍କ ପୀଠାଞ୍ଚଳ ଜଳାଶାୟୀ ହୋଇଛି। ସେହିପରି ପୋତାପାଲି, ବରାହକାନୀ, ଚାଉଁରପୁର, ଝରାପାଲି, ବରହମ୍ ପୁରା, ଟିହିକିପାଲି, ବଗବିରା, କର୍ଡୋଲା,ବନ୍ଦପାଲି, ତୁଲଣ୍ଡି ପ୍ରମୁଖ ନଦୀକୂଳିଆ ଗାଁ ମାନଙ୍କରେ ବନ୍ୟାପାଣିରେ ବହୁ ଚାଷଜମି ବୁଡିଯାଇଛି। କର୍ଡୋଲା  ଗୁପ୍ତଗଙ୍ଗା ମଠ ମଧ୍ୟ ପାଣିଘେରରେ ଥିବାବେଳେ,ମଠ ବାହ୍ୟଜଗତରୁ ବିଛ୍ଛିନ୍ନ ହୋଇଛି।ଆଉ ଅଧିକ ଗେଟ ଖୋଲିଲେ କର୍ଡୋଲା ଗାଁ ମଧ୍ୟ ବାହ୍ୟଜଗତରୁ ବିଛ୍ଛିନ୍ନ ହେବାର ଯଥେଷ୍ଟ ଆଶଙ୍କା ରହିଛି l ଚିପିଲିମା ଶିବମନ୍ଦିର ନିକଟସ୍ଥ ଲୁହୁରାପଡା ମଧ୍ୟ  ପ୍ରଭାବିତ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.