ଭିସୁଟ ଛାତ୍ର ହ୍ରୂଦାନନ୍ଦଙ୍କ ଉଦ୍ୟମରେ ଉନ୍ମୋଚନ ହେଲା ପତ୍ରିକା  ” ଫ୍ରଣ୍ଟଲାଇନ ୱାରିୟର ”  l

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ବର୍ତ୍ତମାନ  କରୋନା ମହାମାରୀ ରୂପ ନେଇଥିବାବେଳେ , ସଂକ୍ରମଣ କୁ ନିୟନ୍ତ୍ରଣ  କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏନେଇ ଫ୍ରଣ୍ଟଲାଇନ ଯୋଦ୍ଧା ଭାବରେ  ଡାକ୍ତର , ପୋଲିସ ,ଅଙ୍ଗନବାଡ଼ି ଦିଦି , ଆଶା ଦିଦି , ମେଡିକାଲ କର୍ମଚାରୀ, ସାମ୍ବାଦିକ,  ଯବାନ , ସଫେଇ କର୍ମଚାରୀ  ଭଳି  ନିଜ ଜୀବନକୁ ବାଜି ଲଗାଇ  ଅନ୍ୟ ପାଇଁ ସେବା ଯୋଗାଉଛନ୍ତି । ଏଭଳି ସ୍ଥିତିରେ ବୁର୍ଲା ସ୍ଥିତ  ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵ ବିଦ୍ୟାଳୟ (ଭିସୁଟ) ଫାଇନାଲ ଇଅର ଛାତ୍ର  ହୃଦାନନ୍ଦ ପୃଷ୍ଟିଙ୍କ ଉଦ୍ୟମ ତଥା ସାଙ୍ଗମାନଙ୍କ ସହଯୋଗ ରେ କୋଭିଡ ଯୋଦ୍ଧା ମାନଙ୍କୁ ନେଇ ଫ୍ରଣ୍ଟଲାଇନ ୱାରିୟର ନାମକ ଏକ ମେଗଜିନ ପ୍ରସ୍ତୁତ କରିଛନ୍ତି । କୋଵିଡ ଯୋଦ୍ଧାମାନଙ୍କୁ ସମ୍ମାନ  ଉଦ୍ଦେଶ୍ୟରେ ଏହା  ଦେଶରେ ପ୍ରଥମ ମେଗଜିନ ଭାବରେ ଏହା ଉନ୍ମୋଚନ  ହୋଇଛି ବୋଲି ପ୍ରସ୍ତୁତକର୍ତ୍ତା କହିଛନ୍ତି । ଉନ୍ମୋଚନ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସ୍ବାସ୍ଥ୍ୟ ସଚିବ  ପ୍ରିତୀ ସୁଦାନ ଅନଲାଇନରେ ଏହି ପତ୍ରିକା ର ଉନ୍ମୋଚନ କରି ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ପ୍ରଶାନ୍ତ ନନ୍ଦ , ଅଭିନେତ୍ରୀ  ଅନୁ ଚୌଧିରି , ଭୀମସାର ନିର୍ଦ୍ଦେଶକ  ପ୍ରଫେସର ଲଳିତ ମେହେର , ଅଲିମ୍ପିକ ସ୍ଵର୍ଣ ପଦକ ବିଜେତା ଦୂତୀ ଚାନ୍ଦ , ପଦ୍ମଶ୍ରୀ  ଡ.ଜିତେନ୍ଦ୍ରିୟ ହରିପାଳ ପ୍ରମୁଖଙ୍କ ସମେତ ଅନେକ ଗଣମାଧ୍ୟମ ପ୍ରତିନିଧି , ମାନ୍ୟଗଣ୍ୟ ବ୍ୟକ୍ତି  ବିଶେଷ ଯୋଗଦାନ କରିଥିଲେ । ଛାତ୍ର ହୃଦାନନ୍ଦଙ୍କ  ଏପରି ଏକ ପରିକଳ୍ପନା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି ପତ୍ରିକା ତିଆରି ପାଇଁ ହୃଦାନନ୍ଦଙ୍କୁ ପ୍ରାୟ ୩ମାସ ସମୟ ଲାଗିଥିବାବେଲେ, ଏଥିରେ ଗଳ୍ପ , ପ୍ରବନ୍ଧ ,ସମ୍ବର୍ଦ୍ଧିତ  ମାନପତ୍ର ଆଦି ରହିଛି ।

 ଏହି ପତ୍ରିକା ସଂକଳନ ରେ ସହଯୋଗ କରିଥିବା ଛାତ୍ରମାନଙ୍କ ମଧ୍ୟରେ ସାହାରସ ପଣ୍ଡା ‘ ସନ୍ଦୀପ ସିଂ, ଆର୍ଯ୍ୟନ  ପ୍ରତ୍ୟୁଷ ନାୟକ , ଅଙ୍କିତା ମେହେର , ଆୟୁଷୀ ସ୍ବାଇଁ , ଅର୍ଚିତା ବିଶ୍ବାଳ , ଅଭିଜିତ ଜେନା , ବିଶ୍ବାଳ ମିଶ୍ର , ରାଜେନ୍ଦ୍ର ପ୍ରୂଥଲ , ଅଛନ୍ତି । ଏହି ପତ୍ରିକାଟି ସମସ୍ତ ଯୋଦ୍ଧାମାନଙ୍କୁ ଅଧିକ ପ୍ରେରଣା ଯୋଗାଇବ ବୋଲି ବୁଦ୍ଧିଜୀବୀ  ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.