ଜେଇଇ-ଏନଇଇଟି  ପରୀକ୍ଷା  ପାଇଁ କେନ୍ଦ୍ର ହୋଇଥିବା ସହରରେ ରହିବନି ଲକଡାଉନ୍ କିମ୍ବା ସଟ ଡାଉନ

0

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କଲେ ନିର୍ଦ୍ଦେଶନାମା 

ଭୁବନେଶ୍ୱର (ଶାସକ ପ୍ରଶାସକ ): ଆସନ୍ତା ୩୦ ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ  ପର୍ଯ୍ୟନ୍ତ ଏବଂ ସେପ୍ଟେମ୍ବର ୧୨  ତାରିଖ ରୁ ୧୪ତାରିଖ ପର୍ଯ୍ୟନ୍ତ ଜେଇଇ-ଏନଇଇଟି  ପରୀକ୍ଷା  ପାଇଁ କେନ୍ଦ୍ର ହୋଇଥିବା ସହରରେ କୌଣସି  ଲକଡାଉନ୍ କିମ୍ବା ସଟ ଡାଉନ  କାର୍ଯ୍ୟକାରୀ ହେବନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗତକାଲି ଏକ ଆଦେଶନାମ ଜାରି କରିଛନ୍ତି | 

ସ୍ୱତନ୍ତ୍ର  ରିଲିଫ୍ କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଦ୍ୱାରା  ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା JEE (ମେନ୍) ୨୦୨୦ ପରୀକ୍ଷା  ୦୧ .୯ .୨୦୨୦  ରୁ ୦୬ .୯ .୨୦୨୦ ପର୍ଯ୍ୟନ୍ତ  ଏବଂ ଏନଇଇଟି  ପରୀକ୍ଷା ୧୩  ସେପ୍ଟେମ୍ବରରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାର୍ଥୀ ତଥା ସେମାନଙ୍କ ଏସକର୍ଟ, ପରୀକ୍ଷା କର୍ମଚାରୀ ଏବଂ କର୍ମଚାରୀ / ସେବା ପ୍ରଦାନକାରୀଙ୍କ ପ୍ରତିନିଧୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଂଚିବା ତଥା ପରୀକ୍ଷା ପରିଚାଳନା  ଯେମିତି ସୁଗମ ହେବ ସେଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ତାହାକୁ  ଦୃଷ୍ଟିରେ ରଖି ସରକାର ରାଜ୍ୟ ସରକାର  ୩୧ .୦୭ .୨୦୨୦ ତାରିଖ ନଂ ୪୫୮୨ / ଆର ଆଣ୍ଡ ଡିଏମ୍ (ଡିଏମ୍) ରେ ସମ୍ବଳିତ ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ କରିଛନ୍ତି |

ଆସନ୍ତା 30 ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ  ପର୍ଯ୍ୟନ୍ତ ଏବଂ ସେପ୍ଟେମ୍ବର ୧୨  ତାରିଖ ରୁ ୧୪ତାରିଖ ପର୍ଯ୍ୟନ୍ତ ଜେଇଇ-ଏନଇଇଟି  ପରୀକ୍ଷା  ପାଇଁ କେନ୍ଦ୍ର ହୋଇଥିବା ସହରରେ କୌଣସି  ଲକଡାଉନ୍ କିମ୍ବା ସଟ ଡାଉନ  କାର୍ଯ୍ୟକାରୀ ହେବନାହିଁ | ପ୍ରାର୍ଥୀ ତଥା ସେମାନଙ୍କ ଏସକର୍ଟ, ପରୀକ୍ଷା କର୍ମଚାରୀ ଏବଂ କର୍ମଚାରୀ / ସେବା ପ୍ରଦାନକାରୀଙ୍କ ପ୍ରତିନିଧୀଙ୍କ ଯାତାୟାତକୁ ସୁଗମ କରାଯିବ | ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡର ନକଲ ଏହାର ସଫ୍ଟ କପି କିମ୍ବା ପ୍ରାର୍ଥୀଙ୍କ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଏବଂ ପରୀକ୍ଷା କର୍ମଚାରୀ ଏବଂ କର୍ମଚାରୀ / ସେବା ପ୍ରଦାନକାରୀଙ୍କ ପ୍ରତିନିଧୀଙ୍କ ନିକଟରେ ଥିବା ପରିଚୟପତ୍ର  ତଥା ନିୟୋଜନ ସମ୍ପର୍କିତ ଡକ୍ୟୁମେଣ୍ଟକୁ  ପାସ ଭାବରେ ବିବେଚନା କରାଯିବ | ସର୍ବୋପରି ସମସ୍ତ ସୁରକ୍ଷା ପ୍ରୋଟୋକଲଗୁଡିକ COVID-19 ସହିତ ଜଡିତ ଯେପରିକି ଶାରୀରିକ ଦୂରତା ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିମଳ ଇତ୍ୟାଦି ଯେପରି  କେନ୍ଦ୍ର ଭିତରେ ଉପଯୁକ୍ତ ଭାବରେ ଅନୁପାଳନ କରାଯାଏ ତାହା କର୍ତ୍ତୃପକ୍ଷ ଏହା ନିଶ୍ଚିତ କରିବେ ବୋଲି ଏସଆରସି ଶ୍ରୀ ଜେନାଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି |

 

Leave A Reply

Your email address will not be published.