ଡାକ୍ତର ପଜିଟିଭ : ଡାକ୍ତରଖାନା ସଟ ଡାଉନ

0

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତହସିଲଦାର ୨ ଦିନ ପାଇଁ ସଟ୍ଡାଉନ୍ କରିଛନ୍ତି । କିଛିଦିନ ତଳେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରୀକ୍ଷା କରୁଥିବା ପ୍ୟାଥୋଲ୍ୟାବ୍ ଟେକନିସିଆନଙ୍କ  ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ କାର୍ଯ୍ୟରତ ଡାକ୍ତରଙ୍କ ଠାରେ ପଜେଟିଭ୍ ଚିହ୍ନଟ ହେବା ପରେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୁପ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶୁକ୍ରବାର ଅପରାହ୍ନ ୫ଟା ଠାରୁ ୩୦ ତାରିଖ ରବିବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ୪୮ ଘଂଟିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ରହିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଷୋଧନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ସୁଚନା ଥାଉକି ଗତ କିଛିଦିନ ତଳେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ଏକାଧିକ କର୍ମଚାରୀଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହେବା ପରେ କାର୍ଯ୍ୟାଲୟକୁ ୩ଦିନ ପାଇଁ ନୟାଗଡ଼ ଜିଲ୍ଲାପାଳ ସଟ ଡାଉନ ଘୋଷଣା କରିଥିଲେ । 

 

Leave A Reply

Your email address will not be published.