ବର୍ଷାରେ ଭାଙ୍ଗିଲା ମାଟି ଘର: ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଲଘୁଚାପ ପ୍ରଭାବରେ ଚାରି ଦିନ ଧରି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ  ଅନ୍ତର୍ଗତ କଦଳୀଗଡ , ତ୍ରିବଣପୁର , ଭରତାପୁର , ବଂଶାଜାଲ , ଗରଗଡବାହାଳ , କୁକୁଡାବାହାଳୀ , ବଡବାହାଳ , ବୁର୍ଡା  ପଞ୍ଚାୟତରେ ଅବିଶ୍ରାବ ବର୍ଷା ହେବା ଯୋଗୁଁ ଅନେକ ଗ୍ରାମରେ ମାଟି ଘର ଭାଙ୍ଗିବା ସହ ପାଣି ପଶି ଘର-ଦ୍ୱାର ନଷ୍ଟ ହୋଇଯାଇଛି।

କଦଳୀଗଡ ପଞ୍ଚାୟତ ପଣ୍ଡକିମାଳ ଗ୍ରାମର ବିଜୟ ପ୍ରଧାନ, ସଂକିର୍ତ୍ତନ୍ୟ ପ୍ରଧାନ , ପ୍ରଦିପ୍ ଦେହୁରୀ , ବିରେନ ପ୍ରଧାନ , ଦୁଃଶାସନ ପ୍ରଧାନ ,ଦୁଃଖୁବନ୍ଧୁ ପ୍ରଧାନ , ଜଟିଆ ପ୍ରଧାନଙ୍କ ମାଟି ଛପର ଘର ବର୍ଷା ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ତାଙ୍କ ମାଟି ଘର ମାଟିରେ ମିଶି ଯାଇଛି। ସେହିପରି ତ୍ରିବଣପୁର ପଞ୍ଚାୟତ ଗ୍ରାମର ସୀତାରାମ କଅଁର, ଶେଷ କଅଁର, ସଙ୍କର୍ଷଣ ଶାସିନୀ, କେସନ ଷଣ୍ଢ, ନୀଳକଣ୍ଠ ଷଣ୍ଢ, ଅର୍କ୍ଷିତ ସାହୁ , ତପୋଇ ଭୋଇ , ସୁଧିର ବାଘ, ନରେନ୍ଦ୍ର ରାଉଳଙ୍କ ଘରେ ବର୍ଷା ପାଣି ପଶି ଲୋକଙ୍କ ଘର ଦ୍ୱାର ଭାଙ୍ଗି ନଷ୍ଟ ହୋଇ ଯାଇଛି ।

ଲୋକଙ୍କ ଘର ଭାଙ୍ଗି ଯାଇଥିବା ଯୋଗୁଁ ପରିବାର ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଏଣୁ ଏମାନଙ୍କୁ ଯଥା ଶୀଘ୍ର ସରକାରୀ ସହାୟତା ମାଧ୍ୟମରେ ଆବାସ ଗୃହ ଯୋଗାଇ ଦେବାକୁ ଦାବି ହେଉଛି।

Leave A Reply

Your email address will not be published.