କିଟରେ  ମେଗା ଡିଜିଟାଲ୍‍ ଏଚ୍‍ଆର୍‍ କନକ୍ଲେଭ

0

ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି

ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍‍ ସ୍କୁଲ୍‍ ଅଫ୍‍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ମେଗା ଡିଜିଟାଲ୍‍ ଏଚ୍‍ଆର କନ୍‍କ୍ଲେଭ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି । ଏହି ମେଗା ଏଚ୍‍ଆର କନ୍‍କ୍ଳେଭର ବିଷୟବସ୍ତୁ ‘ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ରଖାଯାଇଥିବା ବେଳେ ଏହାକୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‍ଘାଟନ କରିଥିଲେ । ଶ୍ରୀ ସାମନ୍ତ କହିଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ବିଷୟବସ୍ତୁର ଯଥାର୍ଥତା ରହିଛି । ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଛି । କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି କଠିନ ସମୟରେ ସକାରାତ୍ମକତା ଆଣିବ ବୋଲି ସେ କହିଥିଲେ । କିଟ୍‍ ଓ କିସ୍‍ର ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ, ବର୍ତ୍ତମାନ ପରିସ୍ଥିତିକୁ ତୁରନ୍ତ ଖାପ ଖୁଆଇ ଏହି ଦୁଇଟି ଅନୁଷ୍ଠାନ  ସବୁ ପ୍ରକାର କାର୍ଯ୍ୟ ଡିଜିଟାଲ୍‍ ମାଧ୍ୟମରେ କରିଆସୁଛନ୍ତି । ଦେଶରେ ତାଲାବନ୍ଦ ଘୋଷଣା ହେବାଠାରୁ ଏହି ଦୁଇ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‍ ପ୍ଲାଟଫର୍ମ ମାଧ୍ୟମରେ ନିରନ୍ତର ଶିକ୍ଷାଦାନ କରିଆସୁଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖକ ସ୍କଟ୍‍ ଫ୍ରେଡ୍‍ମାନ, କଣ୍ଟେମ୍ପର୍‍ର ସିଇଓ ସଞ୍ଜୟ ମୁଥଲ, ସଫ୍‍ଟ ବ୍ୟାଙ୍କ ଇଣ୍ଡିଆର ମୁଖ୍ୟ ମନୋଜ କୋହଲି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍‍ କର୍ପୋରେଟ୍‍ ରିଲେସନ୍‍ ନିର୍ଦ୍ଦେଶକ ଡ. କୁମାର ମହାନ୍ତି, ପ୍ଲେସ୍‍ମେଣ୍ଟ ଓ ଇଣ୍ଡଷ୍ଟ୍ରି ଏନ୍‍ଗେଜମେଣ୍ଟ ନିର୍ଦ୍ଦେଶକ  ଡ. ଶରଣଜିତ ସିଂହ, କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ର ନିର୍ଦ୍ଦେଶକ ଡ. ସରୋଜ କୁମାର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ମେଗା ଡିଜିଟାଲ୍‍ କନ୍‍କ୍ଲେଭରେ ୫ଟି ମହାଦେଶର ୧୭ଟି ଦେଶରୁ ୨ଶହରୁ ଉର୍ଧ୍ଵ କର୍ପୋରେଟ ପ୍ରଫେସନାଲ୍‍ଙ୍କ ସମେତ ୩ ହଜାରରୁ ଉର୍ଧ୍ଵ  ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.