ଚିରାଲ ପୋଲ ଉପରେ ବର୍ଷାଜଳ :ଓଡିଶା ଛତିଶଗଡ଼ ଯୋଗାଯୋଗ ବିଛିନ୍ନ

0

ଝାରବନ୍ଧ-ମନୋହର ଦାଶ : ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ନଦୀ ନାଳ ରେ ଜଳ ପତନ ବୃଦ୍ଧିପାଇଥିବା ବେଳେ କେତେକ ସ୍ଥାନ ରେ ବିପଦ ଜନକ ସ୍ଥିତି ଦେଖାଦେଇଛି।ଓଡିଶା ଛତିଶଗଡ଼ ସୀମା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଚିରାଲ ନାଲା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି।ସେହି ରାସ୍ତାରେ ଯାତାୟତ କରୁଥିବା ଯାନ ବାହନ ଉଭୟ ପଟେ ଛିଡା ହୋଇରହିଛି ।ରାସ୍ତାଘାଟ ,ଚାଷଜମି ଆଜି ବନ୍ୟାଜଳ ରେ ବୁଡ଼ି ରହିଛି ।ପ୍ରାୟ ଦୁଇଦିନ ର ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଵିଲରେ ପାଣି ଲହଡି ଭାଙ୍ଗୁଥିବାରୁ ଶହ ଶହ ଏକର ଧାନ ଓ ପନିପରିବା ଫସଲ ସମ୍ପୂର୍ଣ ନଷ୍ଟ ହେବାର ପରିଲକ୍ଷିତ ହୋଇଛି । ସେହିପରି ଗୃହପାଳିତ ପଶୁ ମାନେ ବାହାର କୁ ନ ବାହାରିପାରି ଖାଦ୍ୟା ଭାବର ସମ୍ମୁଖୀନ ହେଉଥିବାର ଦେଖାଦେଇଛି।ଅନେକ ଲୋକଙ୍କ ଘରଦ୍ୱାର ଭଙ୍ଗିବା ସହ ବ୍ୟାପକ କ୍ଷତି ଘଟିଥିବାରୁ ପ୍ରସାଶନ ଏହାର ଆକାଲନ ପୂର୍ବକ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।ଜଗଦଲପୁର ଥାନା ଆଇ.ଆଇସି ଲିଲିମା ଲଳିତା ବ।ର୍ଲା ଙ୍କ ନିର୍ଦ୍ଧେଶ କ୍ରମେ ଏଠାରେ ଦୁଇଜଣ ପୋଲିସ କର୍ମଚାରୀ ପହଁଚି ଜାନ ବାହନ ଚଳାଚଳ ଉପରେ ନିୟନ୍ତ୍ରଣ କରୁଥିବା ଦେଖାଦେଇଛି।

Leave A Reply

Your email address will not be published.