ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ : କଳାରେ ଗୀତାଞ୍ଜଳି ପଣ୍ଡା ସର୍ବଶ୍ରେଷ୍ଠ ଗ୍ରାଜୁଏଟ

0

ପାରଳାଖେମୁଣ୍ଡିର / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୧୯-୨୦ର ଯୁକ୍ତତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପରୀକ୍ଷାର ଭୂଗୋଳ ବିଭାଗର “ସମ୍ମାନ” ରେ ଶୁଶ୍ରୀ ଗୀତାଞ୍ଜଳି ପଣ୍ଡା ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ମହାବିଦ୍ୟାଳୟର କଳା ବିଭାଗରେ ସର୍ବଶ୍ରେଷ୍ଠ ଗ୍ରାଜୁଏଟ ସମ୍ମାନର ଅଧିକାରୀ ହୋଇଛନ୍ତି । 

ସେ ସର୍ବମୋଟ ୮୪ ପ୍ରତିଶତ ସହ ଭୂଗୋଳ ସମ୍ମାନରେ ୮୮ ପ୍ରତିଶତ ମାର୍କ ରଖି ସିଜିପିଏରେ ୮.୮୭ ରଖିଛନ୍ତି । ଶୁଶ୍ରୀ ପଣ୍ଡା ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ଭୂଗୋଳ ବିଭାଗର ଆଲୋଚନା ଚକ୍ରର ସହ-ସମ୍ପାଦିକା ଓ ସମ୍ପାଦିକା ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ । ଆୟୋଜିତ ସମସ୍ତ ଆଲୋଚନା ଚକ୍ର , ଜିକେ.ଓ କ୍ୟୁଇଜ ପ୍ରଭୃତି ପ୍ରତିଯୋଗିତାରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ ଏବଂ ଭୂଗୋଳ ବିଭାଗ ଓ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ମାନପତ୍ର ଓ ପୁରସ୍କାର ସେ ପାଇଛନ୍ତି । ଶୁଶ୍ରୀ ଗୀତାଞ୍ଜଳି ପଣ୍ଡା , ତାଙ୍କର ଏହି ସଫଳତା ପାଇଁ ସେ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ଇନ୍ଦୁ ଭୂଷଣ ସାହୁ ଏବଂ ବିଭାଗୀୟ ଅଧ୍ୟାପକ ବୈଲୋଚନ ବେହେରାଙ୍କ ଉତ୍ତମ ଶିକ୍ଷାଦାନ , ମାର୍ଗଦର୍ଶନ ତଥା ବ୍ୟକ୍ତିଗତ ପ୍ରଚେଷ୍ଠା ପାଇଁ ସମ୍ଭବ ହୋଇ ପାରିଛି ବୋଲି ଶୁଶ୍ରୀ ପଣ୍ଡା କହିଛନ୍ତି ।

Leave A Reply

Your email address will not be published.