ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲା ୨୭ /୦୮ରେ ଗତକିଛିଦିନ ହେବ ମୌସୁମୀ ବର୍ଷାର ପ୍ରବାହ ଯୋଗୁଁ ଚାଷ କାମରେ ଅଗ୍ରଗତି ଦେଖାଦେଇଛି । ଯାଦ୍ୱାରା ଚାଷୀ ମାନେ ଧାନ ଗଛ ରେ ରୋଗପୋକ ନିୟନ୍ତ୍ରଣ, ଉର୍ବର ରେ ବ୍ୟବହୃତ ସାର ପାଇଁ ସରକାରୀ ଲ୍ୟାମ୍ପ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଆବଶ୍ୟକ ତୁଳନାରେ ସାରର ଅଭାବ ଯୋଗୁଁ ବାଧ୍ୟହୋଇ ବେସରକାରୀ ଦୋକାନରୁ କିଣିଥାଆନ୍ତି । ଏହାକୁ ଏକ ସୁଯୋଗ ଭାବି କିଛି ଅସାଧୁ ବ୍ୟବସାୟୀ ସାରର କୃତ୍ରିମ କଳାବଜାରୀ କରିଥାନ୍ତି । କିଛିଦିନ ହେବ ଏହିଭଳି ଅଭିଯୋଗ ପାଇବାପରେ ଆଜି ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ସାର ଅଭାବୀ ସାର କଳାବଜାରୀ କୁ ରୋକିବା ପାଇଁ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଙ୍କୁ ସ୍ଵତନ୍ତ୍ର ଅଧିକାରୀ ରୂପରେ ଦାୟିତ୍ୱ ଦେଇଛନ୍ତି ଫଳରେ ଆଜି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ , ସହକାରୀ କୃଷି ଅଧିକାରୀ ଚନ୍ଦ୍ରଶେଖର ଭୂୟାଁ ଓ ସବ୍ ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ପୋଲିସ ସହ ମାଲକାନଗିରି ସହର ଡି ଏନ କେ ଛକ ନିକଟସ୍ଥ କିଛି ସାର ଦୋକାନ ଯାଞ୍ଚ କରିଥିଲେ | ସେଥି ମଧ୍ୟରୁ ବିଜୟ ସାର ଦୋକାନ ଗୋଟିଏ ଏହି ଦୋକାନକୁ ଯାଞ୍ଚ ବେଳେ ଷ୍ଟକ୍ ଠାରୁ ଅଧିକା ସାର ଓ କୃଷି ଔଷଧ ସାମଗ୍ରୀ ପାଇଥିଲେ | ଏଥିରେ 72 MT NFL ,1020.25 quintal IFFCO ସାର୍ ୟୂରୀୟା 1120.5 Qnt KRIBEHO 270 କ୍ୱିଣ୍ଟାଲ ମୋଟ 3282.75 କ୍ୱିଣ୍ଟାଲ ସାର୍ ଗୋଦାମରେ କଳାବଜାରୀ ପାଇଁ ଲୁଚାଇ ରଖିଥିଲେ। ତୁରନ୍ତ ଉପ ଜିଲ୍ଲାପାଳ ଏହି ସାର ଦୋକାନକୁ ସିଲ କରିଦେଇଥିଲେ । ଏହା ସହ ଅନେକ ଦୋକାନ ଯାଞ୍ଚ ଚାଲୁ ରହିଛି । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୟଦ ସବୀର ସାହା , ତମସା ରାଜସ୍ବ ନୀରିକ୍ଷକ ଓ ଅନେକ ତହସିଲ କର୍ମଚାରୀ ସହଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.