ଏଥର ରାଫେଲ ଗଣେଶ : ଗଣେଶ ପୂଜା ହେଲେ, ଏଥର କେବଳ ଘର ଭିତରେ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋଭିଡ କଟକଣା ଯୋଗୁଁ ଏଥର ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ବାରଣ ହେଲା। ମାତ୍ର ଏହା ଲୋକଙ୍କ ମଧ୍ୟରେ ଗଣେଶ ପୂଜାକୁ ନେଇ ଉତ୍ସାହ କମାଇ ପାରିନାହିଁ। ଏଥର ଲୋକେ ଘରେ ଘରେ ପାଳନ କରିଛନ୍ତି ଗଣେଶ ପୂଜା। ସେହିପରି ଏକ ନିଆରା ସାଜସଜ୍ଜା କରି ଚର୍ଚ୍ଚିତ ହୋଇଛନ୍ତି କନିଷ୍କ ସକ୍ସେନା ନାମକ ଯୁବତୀ। 

ଝାରସୁଗୁଡା ସୀମାବର୍ତ୍ତୀ ଠେଲକୋଲୋଇରେ ଥିବା ଭୁଷଣ ଷ୍ଟିଲ  କାରଖାନା ଟାଉନସିପ୍ ରେ ରହୁଥିବା ଜଣେ ଯୁବତୀ ନିଜ ଘରେ ଗଣେଷଙ୍କ ବିଗ୍ରହ ରଖି ପୁଜା କରିଛନ୍ତି | ପୁନେରେ ରହୁଥିବା କନିଷ୍କ ସାକ୍ସେନା  ଲକଡାଉନ୍ ଯୋଗୁଁ ନିଜ ପିତାଙ୍କ ଘରେ ରହି ଯାଇଥିଲେ।  ଜାତୀୟତା ବୋଧ ଓ ଗଣେଶ ପୂଜାର ଏକ ସମ୍ମିଶ୍ରଣରେ ସେ ଘରେ ଏଥର ମେଢ଼ ତିଆରି କରିଥିଲେ।  ଫ୍ରାନ୍ସର ଆମଦାନୀ ହୋଇଥିବା ରାଫେଲ ବିମାନର ମଡେଲ ସହ ଅମ୍ବାଲା ଏୟାରପୋର୍ଟର ଦ୍ରୁଶ୍ୟକୁ ଚିତ୍ର ମାଧ୍ୟମରେ ସଜେଇ ନିଜ ଘରେ କରିଥିବା ମଣ୍ଡପରେ ଗଣେଶଙ୍କ ମୁର୍ତ୍ତି ରଖି ପୁଜା କରିଛନ୍ତି କନିଷ୍କ ଓ ପରିବାର |ଏହି ସାଜସଜ୍ଜା ପାଇଁ କନିଷ୍କଙ୍କୁ ସହାୟତା କରିଛନ୍ତି ତାଙ୍କ ସାନ ଭାଇ ଅନିକେତ୍ ସାକ୍ସେନା ଓ ସାଙ୍ଗ ପ୍ରିୟାଂଶୁ ଶତପଥି |

Leave A Reply

Your email address will not be published.