ଇପିଏଫ ପେନସନ ବୃଦ୍ଧି ପାଇଁ ସାଂସଦ ସୁରେଶ ପୂଜାରୀଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର

0

ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡା ଇପିଏଫ ପେନସନ ରସ ଆସୋସିଏସନ୍ ପକ୍ଷରୁ ଗତ ତା୧୪-୭-୨୦ରିଖ ଦିନ ବରଗଡ଼ ସାଂସଦ ଶ୍ରୀ ଯୁକ୍ତ ସୁରେଶ ପୂଜାରୀ ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପେନସନ ବୃଦ୍ଧି ପାଇଁ ଏକ ଦାବିପତ୍ର ସମ୍ବଲପୁର ଠାରେ ପ୍ରଦାନ କରାଯାଇଥିଲା । ଏ ସମ୍ପର୍କରେ ସେ ଓଡ଼ିଶା ଇପିଏଫ ପେନସନରସ ସଂପାଦକ ଶ୍ରୀ ବି ବ୍ରହ୍ମାଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ ଓ ସମସ୍ତ ପ୍ରକାର ସହଯୋଗ କରିବି ବୋଲି ମତବ୍ୟକ୍ତ କରିଥିଲେ। ଏହାକୁ ଭିତ୍ତି କରି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଙ୍କୁ ପତ୍ର ମାଧ୍ୟମରେ ଇପିଏଫ୍ ପେନସନର ମାନଙ୍କ ପେନସନ ବୃଦ୍ଧି ସଂପର୍କରେ ଆବଶ୍ୟକି଼ୟ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କ ପତ୍ର ସଂଖ୍ୟା୨୦/୭/୫୭୯ତା୭-୮-୨୦ରିଖରେ ଅନୁରୋଧ କରିଛନ୍ତି।

    ଝାରସୁଗୁଡ଼ା ଇପିଏଫ ପେନସନରସ ଶାଖା ତରଫରୁ ଆବାହକ ଶ୍ରୀ ପ୍ରଦୀପ କୁମାର ମେହେର ଅଶୋକ କୁମାର ମହାପାତ୍ର ଜଗଦୀଶ ନାୟକ ବି କେ ପଟେଲ ସାଂସଦ ଶ୍ରୀ ଯୁକ୍ତ ସୁରେଶ ପୂଜାରୀ ଙ୍କୁ। କୃତଜ୍ଞତା ଜ୍ଞାପନ କ୍ରରିଅଛନ୍ତି।

Leave A Reply

Your email address will not be published.