ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ” କ୍ଲିନ ଇଣ୍ଡିଆ ଗ୍ରୀନ ଇଣ୍ଡିଆ ” ଅଭିଯାନ କାର୍ଯ୍ୟକ୍ରମ 

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡ଼ା ଗ୍ରାମ ପଞ୍ଚାୟତର ଲେଙ୍ଗେ ଗ୍ରାମରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୁଲ୍ୟରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ “କ୍ଲିନ ଇଣ୍ଡିଆ ଗ୍ରୀନ ଇଣ୍ଡିଆ” ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ବିଶ୍ୱ ଯେପରି ଜଳ ବାୟୁ ପରିବର୍ତ୍ତନ , ତାପମାତ୍ରା ବୃଦ୍ଧି, ନିର୍ଦ୍ଧିଷ୍ଟ ସମୟରେ ବର୍ଷା ନ ହେବା । ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାରୁ ସମ୍ପୂର୍ଣ୍ଣ ଭାବେ ରକ୍ଷା ପାଇବା ପାଇଁ ନୂଆଗଡ ବ୍ଳକର ତାବରଡ଼ା ଗ୍ରାମ ପଞ୍ଚାୟତର ଲେଙ୍ଗେଗ୍ରାମର “ଆମାଜୋନ୍‌ ୟୁଥ୍‌ କ୍ଲବ” ସଦସ୍ୟ ମାନଙ୍କ ଦ୍ୱାରା ସଫେଇ ଓ ୫୦ ଗୋଟି ଚାରାଗଛ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜାତୀୟ ସ୍ୱୟଂ ସେବକ ସୁଧାଂଶୁ ରଞ୍ଜନ ପାଣି ଏବଂ କରୁଣାକର ବେହେର ଦଳେଇ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.