ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ

0

ପଦ୍ମପୁର:-କକୋନା ଜନିତ କଟକଣା ଯୋଗୁଁ ପ୍ରତିବର୍ଷ ପଦ୍ମପୁରର ଫଟାମୁଣ୍ଡା ଠାରେ ବି . ଆର . ଆମ୍ବେଦକର ଯୁବକ ସଂଘ ତରଫରୁ ଆୟୋଜିତ ହେଉଥିବା ନୂଆଁଖାଇ ଭେଟଘାଟ ଏଥରକ ଅନଲାଇନ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛିାଏ ଅଂଚଳର ସାମାଜିକ କର୍ମୀ ଶ୍ରୀ ଗୋପବଂଧୁ ଶିକା ଙ୍କ ସଭାପତିତ୍ୱରେ ଆୟୋଜିତ ଏଇ ସୁନ୍ଦର କାର୍ଯ୍ୟକ୍ରମରେ ତ୍ରିଳାଂଚଳ କୁମ୍ଭାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲୋବନମାଳୀ କୁମ୍ଭାର ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ  ଉପରେ ସଂକ୍ଷେପ ରେ ଚୁମ୍ବକୀୟ ମତବ୍ୟକ୍ତ କରିଥିଲେ । ଏଇ ଅବସର ରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ଦୟାନିଧି ସୁନା ଓ କରୋନା କାଳରେ ଉତ୍ସର୍ଗୀତ ସେବାପାଇଁ ଅଂଗନୱାଡି କର୍ମୀ ଝରଣା ବାଗ, ମମତା ସେଟ ଓ ଆଶା କର୍ମୀ କମଳା କୁମ୍ଭାରଙ୍କ ସମେତ ପି.ଏମ.ସି ୱାର୍କର ବୁଲୁ ରଂଜନ କୁମ୍ଭାରଙ୍କୁ କରୋନା ଯୋଦ୍ଧା ଭାବେ ସମ୍ଭର୍ଦ୍ଧନା ଦିଆଯାଇଥିଲାାଏଇ ଅନଲାଇନ କାର୍ଯ୍ୟକ୍ରମ ସଂଯୋଜନା ସୂର୍ଯ୍ୟକାନ୍ତ, ବିଶ୍ୱ, ତ୍ରିଲୋଚନ, ବୀରପାଣି, ବାଳମୁକୁନ୍ଦ ଓ ସନ୍ତୋଷ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆଗେଇ ନେଇଥିଲେ ା

Leave A Reply

Your email address will not be published.