କୋହଳ ହେଲା ସଟଡାଉନ। ନୂଆଁଖାଇ ନିମନ୍ତେ ଖୋଲା ରହିବ ବଜାର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ନୂଆଁଖାଇକୁ ନେଇ ଶେଷରେ ସାପ୍ତାହିକ ସଟଡାଉନରେ ରିହାତି ଦେଲେ ସରକାର। ନୂଆଁଖାଇ ନିମନ୍ତେ କୋଭିଡ କଟକଣାକୁ ସାମାନ୍ୟ କୋହଳ କରି ୨୩ ଅଗଷ୍ଟ ଦିନ ବଜାର ଦିନ ୧ଟା ପରିବର୍ତ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ମାତ୍ର ଲୋକଙ୍କୁ ଶାରୀରିକ ଦୂରତା, ମାସ୍କ ବ୍ୟବହାର ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। 

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନିମନ୍ତେ ଲୋକେ ବର୍ଷସାରା ଅପେକ୍ଷା କରିଥାନ୍ତି। ମାତ୍ର ଏ  ବର୍ଷ କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ନିମନ୍ତେ ସରକାର ଗତ ମାର୍ଚ୍ଚ ମାସରୁ ବିଭିନ୍ନ ପଦକ୍ଷେପ ନେଇ ଆସୁଛନ୍ତି। ଗଣେଶ ପୂଜା ଓ ନୂଆଁଖାଇ ପାଳନକୁ ନେଇ ମଧ୍ୟ କଟକଣା ଜାରି କରାଯାଇଥିଲା। ମାତ୍ର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର କିଛି କୋହଳ ମନୋଭାବ ପୋଷଣ କରିଛନ୍ତି।

Leave A Reply

Your email address will not be published.