ବାଇକ୍ କୁ ପିଟିଲା ବାଇକ ;ଦୁଇ ବାଇକ୍ ଚାଳକ ଗୁରୁତର

0

ବାରିପଦା (Dillip Mohanty) -ବାଇକ୍ କୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକ ଗୁରୁତର ।  ଗଣେଶ ପୂଜା ପାଇଁ ରାଇରଙ୍ଗପୁର ସହର ଚଳଚଳ ଚଞ୍ଚଳ ହୋଇଥିବା ସମୟରେ

   ଶୁକ୍ରବାର ପୂର୍ବାହ୍ନ ୧୦.୩୦ ପାଖାପାଖି  ରାଇରଙ୍ଗପୁର ବଜାର ନିଶାମଣି ଲଜ୍ ପାଖରେ ମୁଖ୍ୟ ରାସ୍ତାରେ ପୁରୁଣା ପାଣି ଗାଁର ଧନେଶ୍ଵର ମହାନ୍ତ ବାଇକରେ ପେଟ୍ରୋଲ  ପେଟ୍ରୋଲ ପୁରାଇବା ପାଇଁ ରାସ୍ତା ପାର ହେଉଥିବା ବେଳେ ମୁଖ୍ୟ ରାସ୍ତାରେ ଅନ୍ୟ ଜଣେ ଅଜଣା ବାଇକ୍ ଚାଳକ ଆସି ବାଇକକୁ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ । ଅଜଣା ବାଇକ୍ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକ୍  ଜବତ କରିବା ସହ ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛି ଏବଂ ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି । ସଂଜ୍ଞାହୀନ ଅବସ୍ଥାରେ ଥିବା ଅଜଣା ବାଇକ୍ ଚାଳକ ଓ  ଧନେଶ୍ୱରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବାରିପଦା ପଣ୍ତିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.