ରାସାୟନିକ ସାର ଅଭାବ, ଚାଷୀ ହତାଶ

0

ବୁଗୁଡ଼ା /  ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଅଞ୍ଚଳରେ ରାସାୟନିକ ସାର ବିଶେଷ କରି ୟୁରିଆ ସାରର ଅଭାବ ଯୋଗୁଁ ଚାଷୀ ହତାଶ ହେଉଥିବା ଦେଖାଦେଇଛି।ସମବାୟ ସମିତିକୁ ଗୋଟିଏ ଲେଖାଁଏ ଗାଡି ସାରା ଆସିଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଥିବା ଯୋଗୁଁ ଚାଷୀ ମାନେ ସାର ଡିଲର ମାନଙ୍କ ଉପରେ ନିର୍ଭର କରୁଥିବା ଜଣା ପଡିଛି। ଅଗଷ୍ଟ ୧୯ଓ ୨୦ ତାରିଖ ଦୁଇଦିନ ହେଲା ଚାଷୀମାନେ ବୁଗୁଡା ଆସି ହଇରାଣ ହେବାଯୋଗୁଁ ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ। ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ବୁଗୁଡ଼ାର ଦୁଇ ଡିଲର ଓ ଷୋହଳ ମାଇଲର ଜଣେ ଡିଲରଙ୍କ ଗୋଦାମରୁ ଷ୍ଟକ ଥିବା ସାରକୁ ଚାଷୀମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାଣ ସାର ପ୍ରଦାନ କରିଥିଲେ। ଦୁଇ ତିନି ଦିନ ମଧ୍ୟରେ ସାର ଆସିଲେ ଦିଆଯିବ ବୋଲି ଚାଷୀଙ୍କୁ ବୁଝାଇ ଥିବା ଜଣାପଡିଛି। ବର୍ତ୍ତମାନ ଚାଷୀଙ୍କୁ ସାର ଆବଶ୍ୟକ ଥିବା ବେଳେ ସାରର ଅଭାବ ଚାଷୀମାନଙ୍କୁ ହତାଶ କରିଥିବା ବେଳେ ତୁରନ୍ତ ସାର ଯୋଗାଇବାକୁ ଦାବୀ ହେଉଛି।

Leave A Reply

Your email address will not be published.