ସରକାର ନିଦାବିଷ୍ଣୁକୁ ଦାୟିତ୍ବହୀନ ଠିକାଦାର , ବାହ୍ୟ ଜଗତରୁ ବିଛିନ୍ନ  ହେଲା ୪୫ ପରିବାର ।

0

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ନିର୍ମାଣକାରୀ ଠିକାସଂସ୍ଥାଙ୍କ ମେରୀ ରାୟ ନୀତି

ବାରିପଦା(ଦିଲ୍ଲୀପ ମହାନ୍ତି )- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ଦୁଇଦିନ ହେବ ଲାଗି ରହିଛି ଲଗାଣ ବର୍ଷା।  ଫଳରେ ଜିଲ୍ଲାରେ ଥିବା ଅନେକ ବନ୍ଧଗୁଡିକରେ ବର୍ଷାଜଳ ଭର୍ତି ହୋଇଯାଇଥିବା ହେତୁ , ଅତିରିକ୍ତ ଜଳକୁ ନିଷ୍କାସନ କରିବା ଜରୁରୀ ହୋଇ ପଡିଥିଲା ।   ଏଥିନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ସହ ନିର୍ମାଣ କାର୍ଯ୍ୟ ଚଳାଇଥିବା ଠିକା ସଂସ୍ଥା ସତର୍କ ହେବାର ଆବଶ୍ୟକତା ରହିଥିଲା । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧିନ କେଉଟୁଣୀମାରି ପଞ୍ଚାୟତ  ହାତୀମଡା ମୁସଲିମ ସାହିରେ। ସେଠାରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ  ଏହା  ବାହ୍ୟ ଜଗତରୁ ସମ୍ପୂର୍ଣ ବିଛିନ୍ନ ହୋଇ ପଡିଛି। ଏହି ଅଂଚଳରେ ଦୀର୍ଘ 0୮ ବର୍ଷ ଧରି ନିର୍ମାଣ ଚାଲିଛି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆ ଡେମ ଓ ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି ଡ଼ି ଡ଼ି ବିଲଡର ନାମକ ଏକ ଠିକା ସଂସ୍ଥା। ପ୍ରାପ୍ତ ସୂଚନା ଅନୁଯାୟୀ , ହଳଦିଆ ବନ୍ଧରେ ଅତ୍ୟଧିକ ଜଳ ପ୍ରବେଶ ଯୋଗୁ ଠିକା ସଂସ୍ଥା ପକ୍ଷରୁ ଜଳ ନିଷ୍କାସନ ପାଇଁ ଏକ ଘାଇ କଟା ଯାଇଥିଲା। ଏହି ସମୟରେ ଜନବସତି ବା ଚାଷ ଜମିରେ କ୍ଷୟ କ୍ଷତି ଉପରେ ସତର୍କ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିଲା । କିନ୍ତୁ ଏହାକୁ ଅଣଦେଖା ପ୍ରଦର୍ଶନ କରାଯାଇଥିଲା । ଫଳରେ କଟା ଯାଇଥିବା ଘାଇରେ ପାଣି ସ୍ରୋତର ବେଗ ତୀବ୍ର ରୂପ ଧାରଣ କରି ଜନବସତି ମୁହାଁ ମାଡି ଯାଇଥିଲା । ଏହାର ପରିଣାମ ସ୍ୱରୂପ ହାତୀମଡା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ରୂପେ ଧୋଇ ଯିବା ଫଳରେ ଗ୍ରାମରେ ବାସ କରୁଥିବା ୪୫ ପରିବାରର ପ୍ରାୟ ଦେଢ଼ ଶହରୁ ଅଧିକ ଲୋକେ ବର୍ତମାନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି।ଲୋକେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପାଇଁ ବିପଦପୂର୍ଣ୍ଣ ଭାବେ ଭରା ନାଳରେ  ଜୀବନକୁ ବାଜି ଲଗାଇ ପାର ହେଉଥିବାର ଦେଖିବାକୁ ମିଳିଥିଲା। ସେହିପରି ଆଜି ସକାଳୁ ଶେକ ଜାହିର ଙ୍କ ୧୧ ବର୍ଷୀୟ ପୁତ୍ର ଶେକ ଇଜରାଇଲର ଦେହ ଖରାପ ହେବାରୁ ତାକୁ ଏକ ଖଟିଆ ସାହାଯ୍ୟରେ ଗ୍ରାମବାସୀ ଭରାନାଳ ପାର କରି ମେଡ଼ିକାଲ ନେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ରାସ୍ତାରେ ଏକ ଅସ୍ଥାୟୀ ପୋଲ ନିର୍ମାଣକୁ ନେଇ ଠିକାସଂସ୍ଥାର ଅଧିକାରୀଙ୍କୁ ସାକ୍ଷାତ କରିବା ପରେ ଅଧିକାରୀ ଜଣକ ଗ୍ରାମବାସୀମାନଙ୍କୁ  ଦୁର୍ବ୍ୟବହାର କରିବା ସହ ବର୍ତମାନ କିଛି କରିହେବ ନାହିଁ , ତୁମେ ଯାହା ପାଖରେ ଅଭିଯୋଗ କରିବାକୁ ଚାହୁଁଚ କରିପାର ବୋଲି କହିଥିଲେ। ତେବେ ଦେଖିବାକୁ ବାକି ରହିଲା ଠିକା ସଂସ୍ଥାର ଏଭଳି ଖମଖିଆଲି କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି।

Leave A Reply

Your email address will not be published.