ଓଡ଼ିଶାର ସଂସ୍କୃତି ଓ ଓଡ଼ିଶାର ଉନ୍ନତି ପାଇଁ କାମ କରିବି :ମୁସ୍କାନ ଖାତୁନ 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଯୁକ୍ତ ଦୁଇ କମର୍ସ ବିଭାଗରେ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଶୀର୍ଷରେ ରହିଛନ୍ତି ମୁସ୍କାନ ଖାତୁନ। ଜଣେ ପେଣ୍ଟର ଭାବରେ ଜୀବିକା ନିର୍ବାହ କରୁଥିବା ମହମ୍ମଦ ନାସିର ଓ ଅଫସାନା ବେଗମଙ୍କ କନ୍ୟା ମୁସ୍କାନ ୪୭୦ ନମ୍ବର ଅର୍ଥାତ୍ ୭୮.୩୩ ଶତକଡ଼ା ମାର୍କ ଆଣି ଶୀର୍ଷରେ ରହି ପିତାମାତାଙ୍କୁ ଗର୍ବିତ କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଲା ଅନ୍ୟାନ୍ୟଙ୍କ ପରି ଚାକିରୀ କ୍ଷେତ୍ରକୁ ଗୁରୁତ୍ବ ନ ଦେଇ ସେ ଗୁରୁତ୍ୱ ଦେଇଛନ୍ତି ସମାଜ ସେବାକୁ। ଏଥିପାଇଁ ପ୍ରଥମେ ଇଣ୍ଟିଗ୍ରେଟେଡ ଲ’ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବଂ ଆଗାମୀ ସମୟରେ ଓଡ଼ିଶାର ସଂସ୍କୃତି ଓ ଓଡ଼ିଶାର ଉନ୍ନତି ନିମନ୍ତେ ସେ କାର୍ଯ୍ୟ କରିବେ ବୋଲି ସାକ୍ଷାତକାର ଦେଇ କହିଛନ୍ତି। ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଥିବା ମୁସ୍କାନ ବର୍ତ୍ତମାନ ଏକ ୟୁ ଟ୍ୟୁବ ଚ୍ୟାନେଲ କରି ସେଥିରେ ଓଡ଼ିଶାର ସଂସ୍କୃତି ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। କଲେଜ ଓ ଟିଉସନ ଛାଡ଼ି ଦିନକୁ ଆଠ ରୁ ନଅ ଘଣ୍ଟା ପଢୁଥିବା ମୁସ୍କାନ ଆଗାମୀ ଦିନରେ ସମାଜର ଶୋଷିତ ବର୍ଗ ପାଇଁ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। 

ଏଥର ଝାରସୁଗୁଡ଼ା ଜିଲ୍ଲାରେ ମୋଟ ୪୮୩ ଜଣ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ବେଳେ ୩୪୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାରେ ପାସ୍ ହାର ୭୧.୬୩ ଥିବା ବେଳେ ପ୍ରଥମ ଶ୍ରେଣୀରେ  ୮୨ ଜଣ,  ଦ୍ବିତୀୟ ଶ୍ରେଣୀରେ ୮୮ ଜଣ,ଓ ତୃତୀୟ ଶ୍ରେଣୀରେ ୧୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୁସ୍କାନ ପଢ଼ୁଥିବା ମହିଳା ମହାବିଦ୍ୟାଳୟରେ ୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୯ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୦ ଜଣ, ଦ୍ବିତୀୟ ଶ୍ରେଣୀରେ ୧୯ ଜଣ ଓ ତୃତୀୟ ଶ୍ରେଣୀରେ  ୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଏଲ ଏନ କଲେଜରୁ ମଧ୍ୟ ୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି କଲେଜରୁ ପ୍ରଥମ ଶ୍ରେଣୀରେ ଜଣ, ଦ୍ବିତୀୟ ସ୍ଥାନରେ ଜଣ ଓ ତୃତୀୟ ସ୍ଥାନରେ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୫.୩୩ ପ୍ରତିଶତ ମାର୍କ ରଖି ଲକ୍ଷ୍ମୀଦେଇ ଲୋହାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୮୬ ଶତକଡ଼ା ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦୁଇଜଣ ଛାତ୍ର ଅବଦୁଲ ରଜାକ ଓ ଆକାଶ ସିଂ ବେଲପାହାଡ଼ କଲେଜର ଛାତ୍ର ଅଟନ୍ତି।

Leave A Reply

Your email address will not be published.