ଏମିତି ମଜଭୁତିଆ କାମ, ଟିକେ ବର୍ଷା ପଡୁ ପଡୁ ଶୋଇପଡ଼ିଲା 

0

ଦୋଷ ଲୁଚେଇବାକୁ ଠିକାଦାରଙ୍କ ଆକ୍ରାନ୍ତିଆ ଅପଚେଷ୍ଟା 

ପଦ୍ମପୁର(ଶାସକ ପ୍ରଶାସକ) – କୋଟି କୋଟି ଟଙ୍କା ବ୍ୟୟରେ ପିଡବ୍ଲୁଡି ବିଭାଗ ଦ୍ଵାରା ପାଇକମାଲ ଅଞ୍ଚଳରେ ପୋଲ ଓ ଡ୍ରେନ ନିର୍ମାଣ ହେଉଛି । ହେଲେ ଯନ୍ତ୍ରୀ ମାନେ ଠିକ ଭାବରେ ତଦାରଖ କରୁନଥିବାରୁ ଠିକାଦାର ମାନେ ମଧଇଛ୍ଛା ଅତି ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି । ଅତି ନିମ୍ନମାନର କାମ ଯୋଗୁଁ ବିଭିନ୍ନ ପୋଲ ଓ ଡ୍ରେନ ଭାଙ୍ଗି ଯାଉଥିବା ଦେଖିବାକୁ ମିଲୁଛି ।ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ଭାବରେ ପିଡବ୍ଲୁଡିବିଭାଗ ଦ୍ବାରା ନିର୍ମିତ ହୋଇଥିବା ଡ୍ରେନ ଭୁଶୁଡି ପଡିଛି । ସୂଚନା ଅନୁସାରେ ପାଇକମାଲ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ଡ୍ରେନ ବ୍ୟବହାର ହେବା ପୂର୍ବରୁ ବର୍ଷା ପାଣିରେ ଡ୍ରେନ କାନ୍ଥ ଢ଼ଲି ପଡିଛି । ଏହି ନିମ୍ନମାନର କାମକୁ ଲୂଚାଇବା ପାଇଁ ସମ୍ପୄକ୍ତ ଠିକାଦାର ଜେସିବି ଓ ହାଇଓ୍ବା ଲଗାଇ ଡ଼ଲି ପଡିଥିବା ଡ୍ରେନ କାନ୍ଥକୁ ଉଠାଇ ନେଉଥିବା ଦେଖିବାକୁ ମିଲିଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ସୁବିଧା ପାଇଁ ଡ୍ରେନ ବ୍ୟବସ୍ଥା କରୁଛନ୍ତି ହେଲେ କିଛି ଅସାଧୁ ଠିକାଦାର ଅତି ନିମ୍ନମାନର କାର୍ଯ୍ୟ କରି ନିଜ ପକେଟ ଗରମ କରିବାରେ ଲାଗି ପଡିଛନ୍ତି ଏବଂ ସରକାରଙ୍କୁ ବଦନାମ ମୁହଁକୁ ଠେଲୁଛନ୍ତି ।

Leave A Reply

Your email address will not be published.