ଘରମାଲିକଙ୍କ ଅନୁପସ୍ଥିତିରେ ଚୋରି, ପାଞ୍ଚ ଗିରଫ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍ ପିଟା ବାସିନ୍ଦା ସଂଜୟ ସିଂହ ନାମକ ଏକ ବ୍ୟକ୍ତିଙ୍କ ଘରୁ ପରିବାରର ଅନୁପସ୍ଥିତିର ସୁଯୋଗ ନେଇ ଘରର ଅନେକ ସାମଗ୍ରୀ ଚୋରି ହେବା ନେଇ ଗତକାଲି ଏକ ମାମଲା ରୁଜୁ ହୋଇଥିଲା। 

ସୂଚନାନୁସାରେ, ଶ୍ରୀ ସିଂହ ସପରିବାର ଗତ ୦୩/୦୮/୨୦ ରୁ ନିଜ ଘରେ ତାଲା ପକାଇ ଲମଟିବାହାଲକୁ ଯାଇଥିଲେ। ମାତ୍ର ଗତକାଲି ୧୭/୦୮/୨୦ ସକାଳ ୧୦. ୩୦ ମିନିଟରେ ଘରକୁ ଫେରି ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘରୁ ୧୧ ଟି ଛାତ ପଙ୍ଖା,୨ ଟି ଏକ୍ଜଷ୍ଟ ପଙ୍ଖା, ଗୋଟିଏ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ ଚୁହ୍ଲା, ହୋମ ଥିଏଟର, ଏକ ଏଲ ଜି ଏଲସିଡି ଟିଭି ତଥା ସେଟ ଅପ ବକ୍ସ ଓ ଅନ୍ୟାନ୍ୟ ଅନେକ ସାମଗ୍ରୀ ଚୋରି ହୋଇଯାଇଥିବା ଜାଣି ୧୭/୦୮/୨୦ ଦିନ ୧୨ ଟା ୩୦ ମିନିଟରେ ଥାନାରେ ଅଭିଯୋଗ କରିଥିଲେ। 

ଏ ସମ୍ପର୍କରେ ତଦନ୍ତ କରି ପୋଲିସ ରେଙ୍ଗାଲି ଥାନାନ୍ତର୍ଗତ କୁଡ଼ାବଗା ଗ୍ରାମର ସଦାନନ୍ଦ ଛତ୍ରିଆ (୩୫) ପିତା:ସଂକୀର୍ତ୍ତନ ଛତ୍ରିଆ,ବ୍ରଜରାଜନଗର ଥାନା ଅନ୍ତର୍ଗତ ବଗ୍ରାଚକା ଗ୍ରାମର ସୁଶୀଲ ଖଡ଼ିଆ (୩୦) ପି:ରାଜା ଖଡ଼ିଆ,ମାଧବ ଖଡ଼ିଆ (୨୨) ପି:ବଦନ ଖଡ଼ିଆ, ଘନଶ୍ୟାମ ଦାଶ (୪୫) ପି: ଉପେନ୍ଦ୍ର ଦାଶ ଓ ବୈକୁଣ୍ଠ ମହାନନ୍ଦ (୨୫) ପି:ସ୍ବର୍ଗତ ନୃପ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କଠାରୁ ୯ଟି ଛାତ ପଙ୍ଖା, ଗୋଟିଏ ଏକ୍ଜଷ୍ଟ ପଙ୍ଖା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.