ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ ହେଲା ଦୁତି, ବୀରେନ୍ଦ୍ର  ଓ ଦୀପଙ୍କ ନାମ 

0

ଭୁବନେଶ୍ୱର:  ତିନିଜଣ ଓଡିଆ ଆଥଲେଟଙ୍କ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ ହୋଇଛି  |  କ୍ରୀଡ଼ା ମନ୍ତ୍ରଣାଳୟର ଚୟନ କମିଟି ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ପୁରସ୍କାର ପାଇଁ ସୁପାରିଶ ହୋଇଥିବା ୨୯ ଜଣିଆ  ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଏହି ପ୍ରତିଭାସମ୍ପନ୍ନ ସ୍ପୋର୍ଟ୍ସ ଷ୍ଟାର । ଏହି ତିନି ଆଥଲେଟ୍ ହେଉଛନ୍ତି ସ୍ପ୍ରିଣ୍ଟର୍ ଦୁତି  ଚାନ୍ଦ, ପୁରୁଷ ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଏବଂ ମହିଳା ହକିଷ୍ଟାର ଦୀପ ଗ୍ରେସ୍ ଏକ୍କା। ଏଠାରେ ଉଲ୍ଲେଖ କରାଯିବା ଉଚିତ ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଦୁତି  ଚାନ୍ଦ ବର୍ତ୍ତମାନ ପ୍ରଶିକ୍ଷଣ ନେଉଥିବା ବେଳେ  ଉଭୟ ବିରେନ୍ଦ୍ର ଏବଂ ଦୀପ ଗ୍ରେସ୍ ନିଜ ନିଜ ଜାତୀୟ ଦଳର ନିୟମିତ ସଦସ୍ୟ ଅଟନ୍ତି।

ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରଣାଳୟର ଚୟନ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଆଥଲେଟ୍ ତାଲିକାରେ ଭାରତ ପେସର୍ ଇଶାନ୍ତ ଶର୍ମା ନାମିତ ହୋଇଛନ୍ତି | 

ଖେଲ ରତ୍ନ ପୁରସ୍କାର ପାଇଁ ଭାରତୀୟ କ୍ରିକେଟ୍ ଦଳର ଉପ-ଅଧିନାୟକ ରୋହିତ ଶର୍ମା, ଟେବୁଲ୍ ଟେନିସ୍ ତାରକା ମୋନିକା ବାତ୍ରା, ରେସଲର ବିନେଶ ଫୋଗାଟ, ପାରା ଆଥଲେଟ୍ ମାରିଆପାନ୍ ଥାଙ୍ଗାଭେଲୁଙ୍କ ନାମ ସୁପାରିଶ ହୋଇଥିବା ବେଳେ  ଦ୍ୱିତୀୟ ଥର ଚାରି ଆଥଲେଟଙ୍କୁ  ଖେଲ ରତ୍ନ  ପୁରସ୍କାର ପାଇଁ ଚୂଡ଼ାନ୍ତ କରାଯାଇଛି | ସେହିପରି ଖେଲ ରତ୍ନ ପାଇବାରେ  ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ହେବେ ଚତୁର୍ଥ କ୍ରିକେଟର| 

Leave A Reply

Your email address will not be published.