କରୋନା ମାଡରେ ସବୁ ବେହାଲ

0

ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତିକାରାତ୍ମକ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଦାବୀ 

ଘୁ.ଉଦୟଗିରି/ଗଗନ ପ୍ରଧାନ: (ଗଗନ କୁମାର ପ୍ରଧାନ) କରୋନା ମାଡରେ ସବୁ ବେହାଲ I ଠପ ହୋଉଇ ପଡ଼ିଛି ଜୀବନ ଯାତ୍ରା I  କରନା ମହାମାରୀ ଯୋଗୁ ଦୀର୍ଘ 6 ମାସ ହେବ ବିଦ୍ୟାଳୟ ବନ୍ଦ ଅଛି । ଛାତ୍ରଛାତ୍ରୀମାନେ ପାଠ ପଢାରେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି । କନ୍ଧମାଳ ଭଳି ଅନୁନ୍ନତ ଜିଲ୍ଲାରେ ସରକାରଙ୍କ ଅନଲାଇନ ପାଠ ପଢା ସୋମ୍ପୂର୍ଣ ଭାବରେ ବିଫଳ ହୋଇଯାଇଛି । ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରତିକାରାତ୍ମକ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଦାବୀ କରାଯାଇଛି । ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚର ଆହ୍ଵାନ କ୍ରମେ ଏହାର ସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ଭିତିଭୂମିର ବିକାଶ ଓ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରତିକାରାତ୍ମକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଦାବୀ ଉପସ୍ଥାପନା କରାଯାଇଅଛି । ମିଶନ ୩, ୫ ଓ ୮ ନାମରେ ଏକ ଅଭିଯାନ ଜୁଲାଇ ୬ ତାରିଖରୁ ସାରା ରାଜ୍ୟରେ ଆରମ୍ବ କରାଯାଇଛି । ସଂଗଠନର ସଦସ୍ୟ ମାନେ ଗ୍ରାମାଞ୍ଚଳରେ ଶିକ୍ଷା ଉପରେ ସଚେତନ କରିବା ସଙ୍ଗେ ସଙ୍ଗେ କାନ୍ଥ ଲେଖା, ଗାଁ ଗାଁ ରେ ଲୋକମାନଙ୍କୁ ବୁଝେଇବା, ଅଭିଭାବକ, ଛାତ୍ରଛାତ୍ରୀ, ସମାଜସେବୀ, ଶିକ୍ଷାବିତ ଓ ସ୍କୁଲ ପରିଚାଳନା କମିଟି, ସଦସ୍ୟ ସଦସ୍ୟା ତଥା ବିଭିନ୍ନ ଲୋକଙ୍କ ଠାରୁ ମତାମତ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଦାବୀ ଉପସ୍ଥାପନା କରାଯାଇଛି । ଏଥି ସହିତ ବିଦ୍ୟାଳୟର ଭିତିଭୂମି ସଜାଡ଼ିବା ନିମନ୍ତେ ଜନସାଧାରଣଙ୍କଦାବୀକୁ  ସରକାରଙ୍କ ନିକଟରେ ଉପସ୍ଥାପନା ଟ୍ଵିଟର ମାଧ୍ୟମରେ ଜଣାଇ ଦିଆଯାଇଛି । ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗ୍ରାମର ଯୁବକ ଯୁବତୀ, ମହିଳା ସମାଜସେବୀ, ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ସଚେତନ ହୋଇ ଛାତ୍ରଛାତ୍ରୀଙ୍କୁ ପ୍ରତିକାରାତ୍ମକ ଶିକ୍ଷା ଦେବା ପାଇଁ କାର୍ଯ୍ୟକ୍ରମ  ଚାଲୁ ରହିଛି । ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁ.ଉଦୟଗିରୀ ସଭାନେତ୍ରୀ ସୁନାଦେଇ ପ୍ରଧାନ, ସମ୍ପାଦିକା ରିନିମା ପ୍ରଧାନ,ଏବଂ ମହିଳା ସୁରକ୍ଷା ମଞ୍ଚ ରାଇକିଆ ସଭାନେତ୍ରୀ ଚଞ୍ଚଳା ପ୍ରଧାନ,ସମ୍ପାଦିକା ରାନୁ ପ୍ରଧାନ, ସହିତ ବ୍ଲକ ସଞ୍ଜଜିକା ସସ୍ମିତା ମଲ୍ଲିକ ତଥା ଜନସାଥୀ ପ୍ରମଦା ନାୟକ, ଶାନ୍ତିଳତା ନାୟକ,ମମତା ମଲ୍ଲିକ, ନୀଳିମା ପ୍ରଧାନ, ରିତାରାଣୀ ପ୍ରଧାନ, ସାରକା ପ୍ରଧାନ, ଗୌରି ପ୍ରଧାନ, ମାମୁନି ପ୍ରଧାନ,ସୁମିତ୍ରା ପ୍ରଧାନ,ଲିଲିମା ପ୍ରଧାନ,କୃତାଞ୍ଜଳି ନାୟକ ଆଦି ସ୍ଵାଧୀନତା ଦିବସରେ ଦୁଇ ବ୍ଲୋକରେ ମୋଟ ୧୧୦ ଟି ଗ୍ରାମରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପ୍ରତିକାରାତ୍ମକ ଶିକ୍ଷାର ବ୍ୟବସ୍ଥା ଶୁଭାରମ୍ଭ କରିଛନ୍ତି ଏହି ଶିକ୍ଷା ବ୍ୟବସ୍ଥା ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଚାଲୁ ରଖିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଗ୍ରାମକୁ ମଧ୍ୟ ସାମିଲ କରାଯିବା ନିମନ୍ତେ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.