ମନ୍ତ୍ରୀ ସୁଶାନ୍ତଙ୍କ ସହିତ କଥା ହେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ 

0

ବରଗଡ :- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ କରୋନା ରିପୋର୍ଟ ପୋଜିଟିଭ ଆସିଛି । ମନ୍ତ୍ରୀ ନିଜେ ଏହି ଖବର ଟ୍ୱିଟ କରି ଦେଇଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ୟାବିନେଟ ସହଯୋଗୀ ଶ୍ରୀ ସିଂ ଙ୍କର ସହିତ ଫୋନ ରେ କଥାବାର୍ତ୍ତା କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ସହିତ ମନ୍ତ୍ରୀ ଶ୍ରୀ ସିଂ ଙ୍କର ଆଶୁଆରୋଗ୍ୟ କାମନା କରିଥିଲେ । ସେହିପରି ରାଜ୍ୟପାଳ ଗଣେସୀ ଲାଲ ମଧ୍ୟ ମନ୍ତ୍ରୀ ଶ୍ରୀ ସିଂନ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

 ଏଠାରେ ସୂଚନାଯୋଗ୍ୟ ଯେ, ଯେହେତୁ ମନ୍ତ୍ରୀ ଶ୍ରୀ ସିଂ ଙ୍କର ନିଜ ନିର୍ବାଚନ ମଣ୍ଡଳୀ ଜାତୀୟ ରାଜପଥ ଉପରେ ଓ ଛତିଶଗଡ଼ ସୀମାକୁ ଲାଗି ରହିଛି । ଏହି ସୀମାଦେଇ ପ୍ରତ୍ୟେକ ଦିନ ହଜାର ହଜାର ପ୍ରବାସୀ ଶ୍ରମିକ ରାଜ୍ୟକୁ ଓ ଅନ୍ୟ ରାଜ୍ୟକୁ ଯାଉଥିଲେ , ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦ୍ଦେଶ କ୍ରମେ ନିଜେ ମାନ୍ୟବର ମନ୍ତ୍ରୀ ସୀମାନ୍ତ ର ସବୁ ସମସ୍ୟା କୁ ନିଜେ ତଦାରଖ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ କୁ ଅତି ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏହା ସମସ୍ତ ଙ୍କୁ ଜଣା। 

କରୋନା ମହାମାରୀର ପ୍ରକୋପ ଆରମ୍ଭ ହେବା ପରଠାରୁ ମାନ୍ୟବର ମନ୍ତ୍ରୀ ନିଜେ ଦିନରାତି ପ୍ରଶାସନ ସହିତ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଲୁହୁରଚଟି ପୁରୁଣା ଚେକ ଗେଟରେ ସରକାରଙ୍କ ତରଫରୁ ଅସ୍ଥାୟୀ ଭାବରେ ଖୋଲା ଯାଇଥିବା ଚେକ ପଏଂଟରେ ରହି ବାହାର ରାଜ୍ୟରୁ ଆସିଥିବା ପ୍ରବାସୀଙ୍କ ଖାଦ୍ୟପେୟ  ତଥା ସାମୟିକ ରହଣି ଏବଂ ଶ୍ରମିକ ମାନଙ୍କ ଯାତ୍ରାର ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ରାତି ଦିନ ଏକ କରି ସେ ପ୍ରବାସୀଙ୍କ ସେବାରେ ଲାଗି ପଡ଼ିଥିଲେ । ଏପରିକି ପ୍ରବାସୀଙ୍କୁ ନେବା ପାଇଁ ଡ୍ରାଇଭର ଅମଙ୍ଗ ହେବାରୁ ନିଜେ ଗାଡି ଚଳାଇ ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ । ଗତ କିଛିଦିନ ତଳେ ସେ ନିଜେ ବସ ଡ୍ରାଇଭର ଭାବରେ ଗାଡି ଚଳାଇ କ୍ୱାରେନଟାଇନ ସେଣ୍ଟରରେ ଥିବା ଲୋକଙ୍କୁ ଆଣି ସୋହେଲା କ୍ୱାରେନଟାଇନ ସେଣ୍ଟରରେ ପହଞ୍ଚାଇ ଥିଲେ । କେବଳ ସେତିକି ନୁହେଁ ପ୍ରତ୍ୟେକ ଦିନ ମାନ୍ୟବର ମନ୍ତ୍ରୀ ବିଭିନ୍ନ କଣ୍ଟେନମେଣ୍ଟ ଯୋନକୁ ପହଂଛି ଲୋକଙ୍କର ସବୁ ପ୍ରକାର ସୁବିଧା ଅସୁବିଧା ବୁଝି ସମାଧାନ ମଧ୍ୟ କରୁଥିଲେ । କହିବାକୁ ଗଲେ ମହାମାରୀ ର କଟକଣା ଲାଗୁ ହେବା ପରଠାରୁ ଦିନେ ମଧ୍ୟ ବିରତି ନ ନେଇ କ୍ରମାଗତ ଭାବରେ ଲୋକଙ୍କର ସହିତ ଲୋକଙ୍କର ପାଇଁ କାମ କରି ଆସିଛନ୍ତି । କହିବାକୁ ଗଲେ ଏହି କୋରୋନା କାଳରେ କେବଳ ଭଟଲି ନିର୍ବାଚନ ମଣ୍ଡଳୀ ନୁହଁ ପୁରା ବରଗଡ଼ ରେ ତାଙ୍କର ସେବା କାର୍ଯ୍ୟର  ଉଦାହରଣ ରହିଛି ।  ଏପରି ଏକ ଘଡିସଂଧି ମୁହୂର୍ତ୍ତରେ ତାଙ୍କର କରୋନା ରିପୋର୍ଟ ପୋଜିଟିଭ ହେବା ସମସ୍ତ ଙ୍କୁ ଚିନ୍ତିତ କରିଛି  ।  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରି ନିଜର କର୍ମକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରନ୍ତୁ , ଆଜି ସାମାଜିକ ଗଣମାଧ୍ୟମ ରେ ମନ୍ତ୍ରୀ ଙ୍କର ପାଇଁ ସମସ୍ତେ ଏହି ପ୍ରାଥନା କରୁଥିବାର ଦେଖିବାକୁ ମିଳିଛି । 

 

Leave A Reply

Your email address will not be published.