କେନ୍ଦୁଝର ଜିଲ୍ଲାର ଚାରି ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପ୍ରେମାନନ୍ଦ 

0

 ବଡ଼ବିଲ (ଶାସକ ପ୍ରଶାସକ):   କରୋନା ପରି ଏକ ମହାମାରୀରୁ ମୁକ୍ତି ପାଇଁ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ କାର୍ଯ୍ୟ କରୁଛି। କରୋନା ରୋଗ କବଳରୁ ମୁକ୍ତି ପାଇଥିବା ବା ସୁସ୍ଥ ହୋଇ ଆସୁଥିବା ଅଧିକରୁ ବ୍ୟକ୍ତି ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ,  ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶର କାର୍ଯ୍ୟନ୍ଵୟନ ପାଇଁ କେନ୍ଦୁଝର ଜିଲ୍ଲାରେ ଉଦ୍ୟମ ଜାରି ରଖିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଏହି କ୍ରମରେ ଆଜି କଟକ ଠାରେ କରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିବା ବଡ଼ବିଲ ଅଂଚଳର ଅଙ୍କିତ  ଝା , ମେହୁଲ  ପ୍ରସାଦ, ଗଗନଦୀପ ଯଶତ ଓ କେନ୍ଦୁଝରର ସୁଜନ ସାହୁଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିଜେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ଏ ମହତ ଦାନ ୮ଜଣଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିବା ସହ  ସେମାନଙ୍କର ଏ  କାର୍ଯ୍ୟ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କୁ  ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବ ଵୋଲି ମତବ୍ୟକ୍ତ କରିଥିଲେ। 

Leave A Reply

Your email address will not be published.