ଗୋଲିଆ ଗୁଳିକାଣ୍ଡ ଘଟଣା : ଏ.ଏସ.ପି.ଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

0

 

ବୁଗୁଡା/ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗତ ଅଗଷ୍ଟ ୧୪ ଶୁକ୍ରବାର ଦିନ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ସେହି ଦୁଇ ପରିବାରର ଏତଲା କ୍ରମେ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଗୋଲିଆରେ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ରବିବାର ଦିନ ଗଞ୍ଜାମ ପୋଲିସ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା, ବାଲିପଦର ଓଆଇସି ନିରଞ୍ଜନ ଦାସ ଓ ପୋଲିସ ଫୋର୍ସ ଗୋଲିଆ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଥିଲେ।

 

Leave A Reply

Your email address will not be published.