ପର୍ଯ୍ୟଟନ ଶିଳ୍ପର ବିକାଶ ଓ ବେକାରୀମୁକ୍ତ ମୟୂରଭଞ୍ଜ ଗଠନକୁ ନେଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କଲା ଭଞ୍ଜସେନା

0

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ଆସିବା ସମୟରେ ମନ୍ତ୍ରୀଙ୍କୁ  ବାରିପଦା ପ୍ରଦକ୍ଷଣ ଗୃହରେ ଭଞ୍ଜସେନାର ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ କୁ ନେଇ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ମନ୍ତ୍ରୀ ଶ୍ରୀପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର ନ୍ୟାର୍ଯ୍ୟ ଦାବିଗୁଡ଼ିକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ ହୋଇ ପାରୁନାହିଁ । ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ଶୋଭାରାଜିର ଗନ୍ତାଘର ଶିମିଳିପାଳ ଏବଂ ତାର ଆଖପାଖ ଅଞ୍ଚଳଗୁଡ଼ିକରେ ଶତାଧିକ ପର୍ଯ୍ୟଟନ ସ୍ଥଳି ରହିଥିଲେ ମଧ୍ୟ ଜିଲ୍ଲାର କୌଣସି ବିଧାୟକ ଓ ସାଂସଦ ପର୍ଯ୍ୟଟସ୍ଥଳୀର ବିକାଶ ଅଥବା ଉନ୍ନତି କରଣର ସ୍ୱର ସଠିକ୍ ଭାବେ ଭୂବନେଶ୍ୱର ଓ ଦିଲ୍ଲୀରେ ଉପସ୍ଥାପନ କରାଇପାରୁ ନାହାନ୍ତି । ଏଥି ସହିତ ଆଲୋଚନା ସମୟରେ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ଯଥେଷ୍ଟ ପରିମାଣରେ ଆବଶ୍ୟକୀୟ ଭିତ୍ତିଭୂମି ରହିଛି  ଏବଂ  ରାଜ୍ୟ ସରକାର ମଧ୍ୟ ଏ ଦିଗରେ ନିଶ୍ଚିତ ଭାବେ ତପôରତା ପ୍ରକାଶ କରିବେ ବୋଲି ମନ୍ତ୍ରୀ ଶ୍ରୀପାଣିଗ୍ରାହୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସେହିପରି ଭଞ୍ଜସେନାର ପ୍ରତିନିଧି ମଣ୍ଡଳୀ ସେନା ପକ୍ଷରୁ ଜାରି ରହିଥିବା ବେକାରୀ ମୁକ୍ତ ମୟୂରଭଞ୍ଜ ଗଠନକୁ ନେଇ  ଏକ ୧୦ ଦଫା ଦାବିପତ୍ର ମନ୍ତ୍ରୀ ଶ୍ରୀପାଣିଗ୍ରାହୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରିଥିଲେ । ଉକ୍ତ ଆଲୋଚନାରେ ସେନାର ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା, ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ ପ୍ରମୁଖ ଯୋଗ ଦେଇଥିଲେ ।

               ତେବେ ମୟୂରଭଞ୍ଜ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିମାନଙ୍କ ଅପାରଗତା କାରଣରୁ ଜିଲ୍ଲାର ସ୍ୱର ରାଜଧାନୀ ଦିଲ୍ଲୀ ଓ ଭୂବନେଶ୍ୱରରେ ପହଁଞ୍ଚି ପାରୁ ନାହିଁ ପ୍ରାମାଣିତ ହୋଇଗଲା ।  ତେଣୁ କରୋନା ମହାମାରୀ ହଟିବା ପରେ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ସାମଗ୍ରୀକ ବିକାଶ ସାଙ୍ଗକୁ ବନ୍ୟଜାତ ଦ୍ରବ୍ୟର ସଠିକ୍ ବ୍ୟବସାୟକରଣ ଓ ବାକାରୀ ମୁକ୍ତ ମୟୂରଭଞ୍ଜ ଗଠନ ଲକ୍ଷ ନେଇ ରାଜଧାନୀ ଭୂବନେଶ୍ୱରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ଉଦେ୍ଧଶ୍ୟରେ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଯୁବଛାତ୍ର ସମାବେଶର ଆୟୋଜନ କରାଇବ ବୋଲି ନେତୃମଣ୍ଡଳୀ ନିଷ୍ପତ୍ତି ନେଇଛି ବୋଲି ଭଞ୍ଜସେନା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

 

Leave A Reply

Your email address will not be published.